ତେଲ ନଦୀ ବ୍ରିଜ ଉପରୁ ଡେଇଁ ଅଜଣା ବ୍ୟକ୍ତି ଉନ୍ମତ୍ତ କାଣ୍ଡ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) :  ଆଜି ସନ୍ଧ୍ୟା ସମୟରେ କେସିଙ୍ଗା ଟିଟଲାଗଡ କୁ ସଂଯୋଗ କରୁଥିବା ତେଲ ନଦୀ ବ୍ରିଜ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ଜଣେ ଅଜଣା ବ୍ୟକ୍ତି ବୟସ ପାଖା ପାଖି ୪୫ ରୁ ୫୦ ହେବ ଦେଖୁ ଦେଖୁ ଆଖି ପିଛୁଲାକେ ନଦୀ ଉପରୁ ପ୍ରଥମେ ବ୍ରିଜ ଖମ୍ବ କୁ ପରେ ବ୍ରିଜ ଖମ୍ବ ରୁ ନଦୀ ଭିତରକୁ ଲମ୍ପ ପ୍ରଦାନ କରିଥିବା ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଥିଲେ। ପରେ ଲମ୍ପ୍ ମାରିଥିବା ବ୍ୟକ୍ତିଙ୍କୁ ଉପସ୍ଥିତ ଥିବା ଲୋକେ ଯେତେ ଡାକିଲେବି ଶୁଣି ନ ଥିଲା। କିଛି ଲୋକ କାଳେ କିଛି ଅଘଟଣ ଘଟିବ ଭାବି ସଙ୍ଗେ ସଙ୍ଗେ କେସିଙ୍ଗା ପୋଲିସ କୁ ଓ ଦମକଳ ବାହିନୀ କୁ ଖବର ଦେବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀ ର ଯବାନ ମାନେ ଅନ୍ଧାରରେ ନଦୀ ଭିତର କୁ ଯାଇ ନଦୀ ଭିତରେ ଥିବା ଉକ୍ତ ବ୍ୟକ୍ତିକୁ କାନ୍ଧରେ ବୋହି ନଦୀ କୂଳ କୁ ଆଣି ପୋଲିସ ର ପିସିଆର ଭ୍ୟାନ ସାହାଯ୍ୟରେ କେସିଙ୍ଗା ମେଡିକାଲ ଅଣାଯାଇଥିଲା। ନଦୀ ଭିତରେ ଥିବା ବ୍ୟକ୍ତି ଟି କେସିଙ୍ଗା ର କିମ୍ବା ଆଖ ପାଖ ଅଞ୍ଚଳ ର ନୁହେଁ। ତାହାକୁ କୌଣସି କଥା ପଚାରିଲେ କହୁଛି କିନ୍ତୁ କିଛି ବୁଝି ହେଉ ନାହିଁ। ସେଥି ପାଇଁ ତାର ନାମ କିମ୍ବା ଗ୍ରାମ ବିଷୟରେ ଜଣାପଡିନାହିଁ। କୋରାପୁଟ କିମ୍ବା ନବରଙ୍ଗପୁର ବାସିନ୍ଦା ବୋଲି ଜଣାପଡ଼ୁଛି। ବ୍ୟକ୍ତି ଟି ବର୍ତ୍ତମାନ କେସିଙ୍ଗା ମେଡିକାଲ ରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି।

Leave a Reply

Your email address will not be published. Required fields are marked *