ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମ ପଞ୍ଚାୟତ ସ୍ଥିତ ବନ୍ଧପାରି ଖେଳ ପଡ଼ିଆ ଠାରେ ରାଜେନ୍ଦ୍ରପୁର କପ୍ ୨୦୨୬ ସିଜନ-୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍ ପୁନିଗୁଡ଼ା ଓ ବେନଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ପୁନିଗୁଡ଼ା ଦଳ ଟସ ଜିତି ବ୍ୟାଟିଙ୍ଗ କରିଥିବାବେଳେ ୧୦ ଓଭର ବିନିମୟରେ ୦୬ଉଇକେଟ୍ ହରାଇ ୧୧୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ବେନଗାଁ ଦଳ ୯ ଓଭର ୨ ବଲ ବିନିମୟରେ ୩ ଉଇକେଟ ହରାଇ ୧୧୯ରନ ସଂଗ୍ରହ କରି ପୁନିଗୁଡ଼ା ଦଳ ଠାରୁ ବିଜୟ ହାସଲ କରିଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ରାଜେନ୍ଦ୍ରପୁର ଓ ଡାଙ୍ଗବାଡ଼ି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ମ୍ୟାଚରେ ଡାଙ୍ଗବାଡ଼ି ଦଳ ଟସ ଜିତି ବ୍ୟାଟିଙ୍ଗ କରିଥିବାବେଳେ ୧୦ ଓଭର ବିନିମୟରେ ୭ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ରାଜେନ୍ଦ୍ରପୁର ଦଳ ୧୦ ଓଭରରେ ୬ ଉଇକେଟ ହରାଇ ୧୦୧ରନ କରି ଡାଙ୍ଗବାଡି କ୍ରିକେଟ ଦଳ ଠାରୁ ପରାଜୟ ହୋଇଥିଲା। ଉକ୍ତ ଚାରି ଦଳ ମଧ୍ୟରୁ ବିଜୟୀ ହୋଇଥିବା ବେନଗାଁ ଓ ଡାଙ୍ଗବାଡ଼ି ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଉକ୍ତ ସେମିଫାଇନାଲ ମ୍ୟାଚରେ ପୁଣି ବେନଗାଁ ଦଳ ଟସ ଜିତି ବ୍ୟାଟିଙ୍ଗ୍ କରିଥିବାବେଳେ ୦୮ ଓଭରରେ ୦୩ ଉଇକେଟ ହରାଇ ୯୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଡାଙ୍ଗବାଡଡ଼ି ଦଳ ୭ ଓଭର ୩ବଲ ବିନିମୟରେ ୩ଉଇକେଟ ହରାଇ ୯୮ରନ ସଂଗ୍ରହ କରି ବେନଗାଁ ଦଳରୁ ବିଜୟୀ ହୋଇଥିଲା। ଉକ୍ତ ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଯୁବ ସମାଜସେବୀ ପଦ୍ମନାଭ ହରିଜନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଶୁଭାରମ୍ଭ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଉଦଘାଟନୀ ମ୍ୟାଚରେ ମହେଶ୍ୱର ମାଝୀ ଓ ଗୋପାଳ ବାଗ ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିଲେ ଓ ରାଜା ବନ୍ଧପାରିଆ ସ୍କୋର ବୋର୍ଡ଼ ଦାୟିତ୍ୱ ତୁଲାଇଥିବା ବେଳେ ଦୁର୍ବା ହରିଜନ ଓ ରାଜେଶ ଧାମୁଡ଼ିଆ ଧାରାବିବରଣୀ ପ୍ରଦାନ କରିଥିଲେ। ଉକ୍ତ ଟୁର୍ନାମେଣ୍ଟ ଅପ୍ରେଲ ୮ ତାରିଖରେ ଆରମ୍ଭ ହୋଇଥିବାବେଳେ ଏଥିରେ ଆଖପାଖ ଅଞ୍ଚଳର ଆଠ ଗୋଟି ଦଳ ଭାଗ ନେଇଛନ୍ତି। ୧୦ ତାରିଖ ଶୁକ୍ରବାର ଏହାର ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ରାଜେନ୍ଦ୍ରପୁର ଖେଳ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।ଉକ୍ତ ଟୁର୍ନାମେଣ୍ଟକୁ ଶଙ୍କର ମାଝୀ, ମଣ୍ଟୁ ମାଝୀ, ଅନଙ୍ଗ ମାଝୀ, ଦୁର୍ବା ହରିଜନ, କୁଳମଣି ବାଗ, ଖଗେଶ୍ୱର ମାଝୀ, ସୁନୀଲ ମାଝୀ, ସରୋଜ ମାଝୀ, ରୋହିତ ମାଝୀ, ଗୋପାଳ ବାଗ ସମେତ ରାଜେନ୍ଦ୍ରପୁର କ୍ରିକେଟ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।
