ଲାଞ୍ଜିଗଡ/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ଶିକ୍ଷାବର୍ଷରେ ନୂତନ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଓ ଶିକ୍ଷା ସଚେତନତା ପାଇଁ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବାହାରି ବିଭିନ୍ନ ବିଦ୍ୟାଳୟ ପରିକ୍ରମା କରୁଛି ଶିକ୍ଷା ସଚେତନତା ରଥ। ଏହି ସଚେତନତା ରଥକୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ବିଦ୍ୟାଳୟରେ ସ୍ବାଗତ କରାଯାଇଛି। ଏହି ସଚେତନତା ରଥ ପ୍ରଥମେ ଲାଞ୍ଜିଗଡ଼ରୋଡ ସାଧନକେନ୍ଦ୍ର ଅଧୀନସ୍ଥ ସିକେରକୁପା ପ୍ରାଥମିକ ବିଦ୍ୟାଳୟ ଲାଞ୍ଜିଗଡ଼ରୋଡ଼ ଉଚ୍ଚ ବିଦ୍ୟାଳୟ ଓ କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିଲା ପରେ ପୂଜାର୍ଚ୍ଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ସଭିଏଁ ସ୍କୁଲ ଯିବା, ପାଠ ପଢ଼ିବା ସଚେତନତା ବାର୍ଭା ପ୍ରଦାନ କରାଯିବା ସହ ଶିକ୍ଷା ସଚେତନତା ଉପରେ ଅବଗତ କରାଯାଇଥିଲା। ଲାଞ୍ଜିଗଡ଼ରୋଡ଼ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରବଣ କୁମାର ସରାଫଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଶିକ୍ଷା ସଚେତନତା ରଥକୁ ସ୍ବାଗତ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
