ସେବା ଜଗତର ୩୪ତମ ପ୍ରତିଷ୍ଠା ଦିବସ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ସଦର ପଞ୍ଚାୟତ ବୁରାଟ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଜଗତର ର ୩୪ ତମ ପ୍ରତିଷ୍ଠା ଦିବସ ଆଜି ବୁରାଟ ସ୍ଥିତ ସେବା ଜଗତ କ୍ୟାମ୍ପସରେ ପାଳନ କରାଯାଇଥିଲା।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ହେମନ୍ତ ସାହୁ ଉପସ୍ଥିତ ରହି ସେବା ଜଗତ ଦ୍ୱାରା ଚାଲୁଥିବା ବିଭିନ୍ନ ଅନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସ୍ମୁତି ଚାରଣ ସହିତ ତାଙ୍କର ମୂଲ୍ୟବାନ ମତାମତ ରଖିଥିଲେ। ସେହିପରି ଅନୁଷ୍ଠା ର ପ୍ରତିଷ୍ଠାତା ସତ୍ୟନାରାୟଣ ପଟ୍ଟନାୟକ ଓ ଧନସିଂ ମାଝୀ ଉପସ୍ଥିତ ରହି ସେବା ଜଗତ ର ୩୪ ବର୍ଷର ଯାତ୍ରା ର କିଛି ଖଟା ମିଠା ଅନୁଭୂତି ସମସ୍ତ ଙ୍କୁ ବାଣ୍ଟିବା ସହିତ ଏହାର ଅବଦାନକୁ ଉଲ୍ଲେଖ କରିଥିଲେ। ସେବା ଜଗତର ସମସ୍ତ କର୍ମଚାରୀ ଉତ୍ସାହର ସହ ଏହି ଉତ୍ସବରେ ଯୋଗଦେଇ ସେମାନେ ନିଜ ଅନୁଭବ ଉପସ୍ଥାପନ କରିବା ସହିତ ଆଗାମୀ ଦିନ ରେ ଅନୁଷ୍ଠାନା ର ଅଭିବୃଦ୍ଧି ପାଇଁ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ କରିଥିଲେ। ଶେଷରେ ଟଙ୍କଧର ବାଗର୍ତ୍ତୀ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଅଂଶଗ୍ରାହୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *