ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଉର୍ଲାଦନୀ ପଞ୍ଚାୟତ ଅଧିନସ୍ଥ ବାଞ୍ଜିମୁଣ୍ଡାରେ ମ, ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଗ୍ରୱାଲ ମେଡିକାଲ ସେଣ୍ଟର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡଃ ସୁମିତ କୁମାର ନାୟକ,ଓ ଡଃ ଅଭିଷେକ ନରେନ୍ଦ୍ର, ଫାର୍ମାସିଷ୍ଟ ଗୋପାଳ ଭୋଇଙ୍କ ଦ୍ଵାରା ରୋଗୀ ପରିକ୍ଷା କରି ଯୁବ ନେତା ନିଳମାଧବ ସିଂହଦେଓ, ସୁମିତି ଅଗ୍ରୱାଲ,ଅମିତ ଅଗ୍ରୱାଲ,ମାଗଣାରେ ଔଷଧ ବଣ୍ଟନ କରିଥିଲେ ଆଗାମୀ ଦିନରେ ଏଭଲି ସେବା ମନୋବୃତ୍ତି ଜାରିରହିବ ବୋଲି ଗଣ ମାଧ୍ୟମ ଆଗରେ କହିଛନ୍ତି। ଏଥିରେ ବିଡାବାରୁ,ବାଞ୍ଜିମୁଣ୍ଡା, ଉର୍ଲାଦାନୀ ଆଦି ଗ୍ରାମ ଉପସ୍ଥିତ ରହି ଏଭଲି କାର୍ଯ୍ୟକ୍ରମ କୁ ଦେଖି ସାଧୁବାଦ ଜଣାଇଛନ୍ତି।
