ବ୍ଳକ୍ ସ୍ତରୀୟ ମହିଳା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ରେ ବ୍ଳକ୍ ସ୍ତରୀୟ ମହିଳା ଆଇନ୍ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ, ଜିଲ୍ଲା ପରିଷଦ୍ ସଭ୍ୟା ପଦ୍ମାବତୀ ମାଡ଼ିଙ୍ଗା ଓ ସନ୍ଧ୍ୟା ପୁଲକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ଡିପିଏମ ଓଏଲଏମ , ମୁଖ୍ୟବକ୍ତା ପ୍ରଣତି ପାତ୍ର, ଅନ୍ୟତମ ବକ୍ତା ଶାନ୍ତିଲତା ମିଶ୍ର, ସିଡିପିଓମାନେ, ଆଶା କର୍ମୀ, ଛାତ୍ରୀ, ଶିକ୍ଷକମାନଙ୍କ ସମେତ ବିଭିନ୍ନ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟସଭାରେ ମହିଳା ଓ କନ୍ୟାମାନଙ୍କର ଅଧିକାର, ଶିଶୁ ସୁରକ୍ଷା , ବିବାହ–ପରିବାର କାନୁନ (ସହିତ ଦୋହନ / ଦାଉ ନିଷେଧ), ଭୂମି–ଜମି ବିବାଦ, ଗର୍ଭାଶୟରେ କନ୍ୟା ଭ୍ରୁଣ ହତ୍ୟା (ଫିମେଲ୍ ଫୋଟିସାଇଡ୍), ଆଇଟି ଓ ସୋସିଆଲ୍ ମିଡିଆରେ ଉତ୍ପୀଡ଼ନ, କର୍ମକ୍ଷେତ୍ର, ବିଦ୍ୟାଳୟ, ରାସ୍ତା ସହ ଅନ୍ୟାନ୍ୟ ସ୍ଥାନରେ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ ପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ସଂକଳ୍ପ ହବ ଦିବାକର ପରିଛା ପରିଚାଳନା କରିଥିଲେ।