୮୬ ବର୍ଷିୟ ସଗୁନ ଭଣ୍ଡାଙ୍କୁ ମିଲୁନି ୩୫ ଶହ ଭତ୍ତା

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଳାର ମ.ରାମପୁର ବ୍ଳକ ଡମ କର୍ଲାଖୁଣ୍ଟା ପଞ୍ଚାୟତର ସର୍ଗିପଲା ଗ୍ରାମର ସଗୁନ ଭଣ୍ଡା ବୟସ (୮୬)। ବାର୍ଦ୍ଧକ୍ୟ ଭତ୍ତା ବାବଦ କୁ ମାସିକ ହଜାରେ ଟଙ୍କା ମିଲେ। ସେହି ଟଙ୍କାରେ ତାଙ୍କ ଘର ଚଳିବା ଏବଂ ବାର୍ଦ୍ଧକ୍ୟ ବୟସରେ ଔଷଧ ଖର୍ଚ୍ଚ କରିଥାନ୍ତି। ଏଣେ ବୃଦ୍ଧା ସଗୁନ କୁ ୮୬ ବର୍ଷ ହୋଇଥିଲେ ମଧ୍ୟ ଭତ୍ତା ୩୫ ଶହ ଟଙ୍କା ମିଲୁ ନାହିଁ। ସରକାର ୮୦ ବର୍ଷ ବୟସର ବାର୍ଦ୍ଧକ୍ୟ ମାନଙ୍କୁ ୩୫୦୦ ଟଙ୍କା ଦେବାର ନିୟମ କରିଛନ୍ତି। କିନ୍ତୁ ଜନ ପ୍ରତିନିଧି ଓ ପଞ୍ଚାୟତ ଅଧିକାରୀ ମାନଙ୍କ ଅବହେଲା କାରଣରୁ ଲେକେ ବଞ୍ôଚତ ହୋଇଯାଉଛନ୍ତି। ଏନେଇ ସଗୁନ ପଞ୍ଚାୟତ ଏବଂ ବ୍ଲକ ଅଧିକାରଙ୍କୁ ବହୁବାର ୩୫୦୦ ଟଙ୍କା ଭତ୍ତା ପାଇବା ପାଇଁ ଅନୁରୋଧ କରିଛନ୍ତି ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରି ବେସାହାରା ନିରୀହ ଗରିବ ବାର୍ଦ୍ଧକ୍ୟ ଲୋକମାନେ ସରକାରଙ୍କ ଯୋଜନା ବଞ୍ଚିତ ଅଛନ୍ତି। ତେଣୁ ଯଥାଶିଘ୍ର ତଦନ୍ତ କରି ୩୫୦୦ ଟଙ୍କା ଦେବାକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *