ସର୍ବ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

ଅକ୍ଷୟ ଶବ୍ଦର ଅର୍ଥ ଯାହା କେବେ କ୍ଷୟହୁଏ ନାହିଁ। ତେଣୁ ଏହି ଦିନ ଧନଧାନ୍ୟ, ହସ, ଉଲ୍ଲାସ, ଶାନ୍ତି ଓ ବିଶ୍ୱାସର କ୍ଷୟ ନହୋଇ ବରଂ ବୃଦ୍ଧି ଘଟିଥାଏ ବୋଲି ଲୋକବିଶ୍ୱାସ ରହିଛି। ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଏହି ତିଥିରେ ଅକ୍ଷୀମୁଠି ଆରମ୍ଭ କରିଥାଏ ଚାଷୀ। ପୌରାଣିକ ଆଖ୍ୟାନ ଅନୁସାରେ ବୈଶାଖ ଶୁକ୍ଲ ତୃତୀୟା ଦିନ ଦେବୀ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ହୋଇଥିଲା। ଏହି ଦିନ ଠାରୁ ସତ୍ୟ ଓ ତ୍ରେତୟା ଯୁଗରେ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ବ୍ୟାସଦେବ ଓ ଶ୍ରୀ ଗଣେଶ ଏହି ଦିନଠୁ ମହାଭାରତ ରଚନା ଆରମ୍ଭ କରିଥିଲେ। ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରି କୁବେର ଏହି ଦିନଠାରୁ ଧନର ଦେବତା ଭାବେ ସ୍ବୀକୃତ ତଥା ଅଧିକାର ପ୍ରାପ୍ତ ହୋଇଥିଲେ। ଦ୍ବାପର ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ଦିନ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା। ଏପରି ଅନେକ ଧାର୍ମିକ ଭାବନା ଓ ବିଶ୍ବାସ ଅକ୍ଷୟ ତୃତୀୟା ସହ ଯୋଡିହୋଇ ରହିଛି। ଏହି ଦିନରେ ଆରମ୍ଭ ହୋଇଥିବା କାର୍ଯ୍ୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଭାଗ୍ୟ ଅନୁକୂଳ ଫଳ ଦେଉଥିବା ବିଶ୍ବାସ ରହିଛି। କୃଷିଜୀବୀମାନଙ୍କ ପାଇଁ ଏହା ଏକ ପବିତ୍ର ଦିବସ।

Leave a Reply

Your email address will not be published. Required fields are marked *