କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତର ନୂଆଗୁଡା କାଦୋପଦର ଠାରେ ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଏକାମ୍ବର ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ବିଜମରା ପାଣିଗାଁ କୁ ହରାଇ ସର୍ଗିଗୁଡା ଟିମ୍ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ପ୍ରଥମେ ସର୍ଗିଗୁଡା ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ମଧ୍ୟରେ ୯ ଓଭର ୫ ବଳରେ ସମସ୍ତ ଉଇକେଟ ହରାଇ ୧୪୧ ରନ ସଂଗ୍ରହ କରିଥିଲା। ଜବାବରେ ପାଣିଗାଁ ଟିମ୍ ୧୦ ଓଭର ଖେଳି ୯ ଉଇକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା। ତେବେ ସର୍ଗିଗୁଡା ଟିମ ୩୧ ରନରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଖେଳକୁ ଅମ୍ପିୟାର ଭାବେ ପ୍ରଦ୍ୟୁନ୍ନ କର ଓ ମୋହନ ନାଏକ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ୱରେ କ୍ଷିତୀରାମ ନାଏକ ରହିଥିବାବେଳେ ସାନୁ ମୋହାରଣା ଓ ଲିପୁନ ନାଏକ ଖେଳର ଧାରାବିବରଣି ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିଟରଣ ଉତ୍ସବରେ କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜର ସଭାପତି ଯଶୋବନ୍ତ ସିଂ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବେଣୁଧର ନାଏକ, ଅନ୍ତ ନାଏକ, ରାଜେନ୍ଦ୍ର ନାଏକ, ସନ୍ତ ନାଏକ, ହେମନ୍ତ ନାଏକ, ଈଶ୍ୱର ନାଏକ, ଜୈଲାଲ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ପୋର୍ଟ୍ସ କ୍ଳବର କ୍ଷେତ୍ର ମୋହନ ନାଏକ, ପିଙ୍କୁ ନାଏକ, ମଣ୍ଟୁ ନାଏକ, ଭଗବାନ ନାଏକ, ସମୀର ନାଏକ, କମଲ ଲୋଚନ ନାଏକ, ରବୀନ୍ଦ୍ର ନାଏକ, ଭାଗରଥି ନାଏକ, ଦୀପକ ନାଏକ, ହରେ ନାଏକ, ରାହୁଲ ନାଏକ, ସଂଜୀବ ନାଏକ, କେତନ ମାଝି, କୁନ୍ଦନ ନାଏକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
