କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃଗଠନ ନିମନ୍ତେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡେଙ୍ଗାଗୁଡା ଧାନ ମଣ୍ଡିଠାରେ ମହିମା ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବରିଷ୍ଠ ନାଗରିକ ଗରୁଡ଼ଧ୍ଵଜ ମାଝୀ ସଭାପତିତ୍ବ କରିଥିଲେ। କ୍ରିୟାନୁଷ୍ଠାନ କମିଟିର ସଭାପତି ରାଜୀବ କୁମାର ଅଗ୍ରୱାଲ, ଉପସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କ୍ରମରେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃଗଠନ ଦାବି ଉପରେ ଆଲୋଚନା କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ଏବଂ ଗ୍ରାମ ପଞ୍ଚାୟତ ସ୍ତରରୁ ଦାବିକୁ ତୀବ୍ର କରିବା ପାଇଁ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ମହିମା ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିୟାନୁଷ୍ଠାନ କମିଟିର ସଭାପତି ଭାବେ ଗରୁଡ଼ଧ୍ଵଜ ମାଝୀ, ଉପସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ନିଲାମ୍ବର ନାଏକ, ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରଦୀପ କୁମାର ଧଙ୍ଗଡାମାଝୀ, ରାମ ସିଂ ମାଝୀ, ସନାତନ ସୁନାନୀ, କ୍ଷୀରସିନ୍ଧୁ ଛତ୍ରିଆ, ନୀଳକଣ୍ଠ ପାତ୍ର, ମଧୁବନ ପାତ୍ର, ଟଙ୍କଧର ନାଏକ, କ୍ଷେତୁରାମ ପାତ୍ର ପ୍ରମୁଖ ରହିଛନ୍ତି। ବୈଠକରେ ମହିମା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ସୁମତି ବାଗ, ରବିନାରାୟଣ ଦାସ, ସଞ୍ଜୟ ସିଙ୍ଗଲ, ଟଙ୍କଧର ନାଏକ, ଯାଜ୍ଞଦତ୍ତ ପ୍ରଧାନୀ ସମେତ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହିଥିଲେ।
