ଭାରସାମ୍ୟ ହରାଇ ଓଲଟିଲା କାର

ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ବେହେରା ପଟୁ ଧର୍ମଗଡ଼ ଯାଉଥିବାବେଳେ ଏକ କାର ଦୁର୍ଘଟଣା ଘଟିଛି।‌ ପର୍ଲା ଗ୍ରାମ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ ଉପରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରିଗୁଡା ଗ୍ରାମର ସୁଶାନ୍ତ କେତକୀ ଏବଂ ତାଙ୍କ ସ୍ତ୍ରୀ ଗାଡିରେ ରହିଥିବା ସୂଚନା ମିଳିଛି। ଭାରସାମ୍ୟ ହରାଇ ଥିବାରୁ ଗାଡିଟି ରାସ୍ତା ତଳେ ଖସି ପଡିଛି। ସ୍ଥାନୀୟ ଲୋକେ ଘଟଣା ସ୍ଥଲରେ ପହଞ୍ଚି ଉଦ୍ଧାର ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପର୍ଲା ଡାକ୍ତର ଖାନାକୁ ନେଇଥିଲେ। ପରେ ଅତି ଗୁରୁତର ହେବାରୁ ଧର୍ମଗଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *