ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଅଲେଖ ମହିମା ମହାବିଦ୍ୟାଳୟରେ ଆଜି ରାୟପୁର-ବିଶାଖାପାଟଣା ଏନଏଚ-୧୩୦ ସିଡି ଅର୍ଥନୈତିକ କରିଡର ଅଧୀନ ଭାରତମାଳା ପରିଯୋଜନାରେ ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। କଲେଜ ଅଧ୍ୟକ୍ଷ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ୨୯୩ ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ। କେନ୍ଦ୍ର ସରକାରଙ୍କ ବେଟି ବଛାଅ ବେଟି ପଢ଼ାଓ ଯୋଜନା ସଫଳ ରୂପାୟନ ସରୂପ ପ୍ରତ୍ୟେକ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟ ଅଭିମୁଖି କରି ଆତ୍ମବିଶ୍ବାସ ବୃଦ୍ଧି ସହ ଶିକ୍ଷା ସମାନତା ସଶକ୍ତିକରଣ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀଭତ୍ରା ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋଜେକ୍ଟ ଡାଇରେକ୍ଟର ଏନଏଚଏଆଇ ପ୍ରକାଶ କୁମାର, ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ବରୁଣ କୁମାର, ଆଦାନୀ ଗ୍ରୁପ ମେମ୍ବର ଅମିତ ସିହ୍ନା,ଓର୍ଗନାଇଜ଼ର ପ୍ରମଦ କୁମାର ତ୍ରିପତି, କଲେଜ ସେକ୍ରେଟାରୀ କେଦାରେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
