କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମୀନଗୁର ଖେଳ ପଡିଆଠାରେ କଲମପୁର ପ୍ରେସ କ୍ଲବ ପକ୍ଷରୁ ଚାଲିଥିବା କଲମପୁର ପ୍ରେସ ପ୍ରିମିୟମ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ ମ୍ୟାଚରେ କଲମପୁର ଏବଂ ଶିକ୍ଷକ ଦଳ ବିଜୟ ଲାଭ କରି ସେମୀରେ ପହଞ୍ଚିଛନ୍ତି। ପ୍ରଥମ ସେମି ଫାଇନାଲ ଖେଳ କଲମପୁର ବନାମ ଶିକ୍ଷକ ଦଳ ଏବଂ ଦ୍ୱିତୀୟ ସେମି ଫାଇନାଲ ଖେଳ ଦେପୁର ବନାମ ବନ୍ଦକନା ଦଳ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ କଲମପୁର ଜୋନ ନଂ୧ ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ ମୁଖ୍ୟ ଅତିଥି, ପୂର୍ବତନ ସରପଞ୍ଚ ନରସିଂହ ମାଝୀ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉଛାହିତ କରିଥିଲେ। ବବୃ ବାହାନ ରଣା ଏବଂ ରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ , ସୁରେଶ ବନ୍ଦିଛୋଡ ଖେଳର ଧାରାବିବରଣି ପ୍ରଦାନ କରିଥିବା ବେଳେ ଶିବପ୍ରସାଦ ମହାରଣା ସ୍କ୍ରୋର୍ ବୋର୍ଡର ଦାୟିତ୍ଵ ନିର୍ବାହ କରିଥିଲେ। ଖେଲ ପରିଚାଳନା କମିଟି ତଥା ପ୍ରେସ କ୍ଲବ ପ୍ରମୁଖ ସମ୍ପୂର୍ଣ ସହଯୋଗ କରୁଛନ୍ତି।
