ବାଲିଗୁଡା/କ୍ରାନ୍ତିକ୍ଷତ୍ର : ଟ୍ରାକ୍ଟର ଓ ବାଇକ ଦୁର୍ଘଟଣା ଜଣେ ମୃତ ଦୁଇ ଗୁରୁତର। ମୃତକ ହେଲେ ବାଇକ୍ ଆରୋହୀ ଦିଲ୍ଲୀପ ମଲ୍ଲିକ। ଦିଲ୍ଲିପ ଓ ତାଙ୍କ ଭଉଣୀ ମମତା ମଲ୍ଲିକ ଓ ପତ୍ନୀ ମମତା କହଁର ନିଜ ଘର କୁଡୁକେଲିକିଆ ଠାରୁ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସମୟରେ ଜୁନାଗାଁ ଠାରେ ଟ୍ରାକ୍ଟର ସହ ଧକ୍କା ହେବା ଫଳରେ ବାଇକ ଚାଳକ ଦିଲୀପ ମଲ୍ଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ଭଉଣି ଓ ପତ୍ନୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ଏକ ଅଟୋ ଯୋଗେ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଡକ୍ଟର ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜଣଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ମୃତ ବାଇକ ଚାଳକ ଦିଲ୍ଲୀପ ମଲ୍ଲିକ ଙ୍କୁ ଶବ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଘଟଣା ସ୍ଥଳରୁ ମେଡ଼ିକାଲ ଯିବା ନିମନ୍ତେ ୧୦୮ କୁ ଅନେକ ଥର ଫୋନ୍ କରିଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ସୁବିଧା ମିଳିପାରି ନଥିବା ଦୁଃଖର ବିଷୟ।
