ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ, ପିକଅପ ସହିତ ଗ୍ୟାସ  ଜବତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରା ଚାଲାଣ ହେଉଥିବା ଏକ ବ୍ୟବସାୟିକ (କମରସିଏଲ) ଗ୍ୟାସ ବୋଝେଇ ପିକଅପ ଉପରେ  ସ୍ଥାନୀୟ ପୋଲିସ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ସହରର କଲମପୁର ଛକ ନିକଟରୁ ଧରା ପଡିଥିବା ଏହି ପିକଅପ ନଂ( ସିଜି ୦୪ ପି ଡବ୍ଲୁ ୭୨୭୧) ରେ ଯାଞ୍ଚ କରାଯିବାବେଳେ ୬୪ ଟି ଗ୍ୟାସ ଜବତ ହୋଇଥିଲା। ଯେଉଁଥିରେ ୫୨ ଟି ଭର୍ତ୍ତିଥିବା ଓ ଅବଶିଷ୍ଟ ଖାଲି ରହିଥିଲା। ସେହିପରି ଗାଡିଟି ଭବାନୀପାଟଣା ରୁ ଗ୍ୟାସ ଧରି ରାୟପୁରକୁ ଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ଗାଡି ଚାଳକ ରାୟପୁର ର ମନୋଜ କୁମାରଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏହି ଚଢ଼ାଉରେ ଜୁନାଗଡ଼ ଥାନା ଆଇ.ଆଇ.ସି ଶେଷଦେବ ବେହେରା, ଜିଲା ଯୋଗାଣ ଅଧିକାରୀ ଅଜୟ ବେହେରା, ଜୁନାଗଡ଼ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ଭୋଇ, ଧର୍ମଗଡ଼ ଗଣପତି ତାଣ୍ଡି ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *