ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କୋକସରା ଗସ୍ତ

କୋକସରା/କ୍ରାନ୍ତିକ୍ଷେତ୍ର : ଓଡ଼ିଶା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଲ ମୁକୁନ୍ଦ ଭୁୟାଁ ଆଜି କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।‌ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଭୁୟାଁ କୋକସରା ପହଞ୍ଚିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଇଓ ମହେଶ କୁମାର ଭାଟି, ଏବିଇଓ ତୋଫାନ ମାଝୀ, ସମସ୍ତ ସିଆରସିସି ଓ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି କ୍ରମରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶିକ୍ଷାକୁ ଲୋକାଭିମୁଖୀ କରିବା, ଉଲ୍ଲାସ କାର୍ଯ୍ୟକ୍ରମ, ପୋଷାକ ବିଚରଣ, ମଧ୍ୟାହ୍ନ ଭୋଜନ ତଥା ଶିକ୍ଷାର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ପରେ ବ୍ଳକର ଡହଗାଁ ଓ ଲଡୁଗାଁ ପିଏମ୍ ଶ୍ରୀ ବିଦ୍ୟାଳୟ, ବଙ୍ଗୋମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚିଲିଗୁଡା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ, ସରକାରୀ ବିଦ୍ୟାଳୟ, କୋକସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଉଡୋଲା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମ ସାଗର ମହାନନ୍ଦ, ରିସର୍ଟ ସ୍କୋଲାର ଅବନୀ ମାଝୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *