ବିଜେପି ଆମପାଣି ମଣ୍ଡଳର ସାଂଗଠନିକ ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକର ଭାଲିଆଯୋର ଠାରେ ଆମପାଣି ମଣ୍ଡଳ ବିଜେପି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ ଯୋଗଦେଇ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ। ସେହିପରି ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଉପସ୍ଥିତ ରହି ବୁଥ୍ କାର୍ଯ୍ୟକ୍ରମ କିପରି ହେବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ମକରନ୍ଦ ବାଗ, ସନାତନ ସୁନାନି, ନାରୀନେତ୍ରୀ ଧରିତ୍ରୀ ବାଗ, ପ୍ରାଞ୍ଜଳି ପ୍ରଧାନ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ମେଟେର ମଣ୍ଡଳ ପ୍ରଭାରୀ ଅର୍ଜୁନ ଭାଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *