କୋକସରା/କ୍ରାନ୍ତିକ୍ଷେତ୍ର : ନିଖିଳ ଉତ୍କଳ କୋକସରା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ (ଏୟୁପିଟିଏଫ୍) ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଲ ମୁକୁନ୍ଦ ଭୁୟାଁଙ୍କୁ ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ବୀର କିଶୋର ନାଗଙ୍କ ନେତୃତ୍ୱରେ ଶିକ୍ଷକ ମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକ ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ କାର୍ଯ୍ୟରତ ଶିକ୍ଷକଙ୍କ ୬ବର୍ଷ ଚୁକ୍ତିଭିତ୍ତିକ କାର୍ଯ୍ୟକାଳ କୁ ଗଣନା କରି ୬ ଗୋଟି ଇନକ୍ରିମେଣ୍ଟ ପ୍ରଦାନ, ଶିକ୍ଷକ ଙ୍କୁ ୪ ହଜାର ୨ ଶହ ଟଙ୍କା ଗ୍ରେଡପେ ପ୍ରଦାନ, ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି, ୟୁପି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷୟିତ୍ରୀ ନିଯୁକ୍ତି ବାଧ୍ୟତାମୂଳକ, କୋକସରା ବିଇଓ କାର୍ଯ୍ୟାଳୟରେ ଖାଲି ପଡିଥିବା ଏବିଇଓ ଓ କିରାଣୀ ପଦବୀ ଶୀଘ୍ର ପୂରଣ, ଶିକ୍ଷକଙ୍କ ଯୋଗ୍ୟତା ଅନୁଯାୟୀ ପଦୋନ୍ନତି, ଏକ୍ସ କେଡର ଶିକ୍ଷକଙ୍କୁ ନିୟମିତ କ୍ୟାଡରରେ ସାମିଲ ସହ ସମସ୍ତ ସରକାରୀ ସୁବିଧା ଯୋଗାଇବା ସହ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା ଓ ପ୍ରତି ୟୁପି ସ୍କୁଲରେ କଳା ଓ କ୍ରୀଡା ଶିକ୍ଷକ ପଦବୀ ସୃଷ୍ଟି କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଶ୍ରୀନାଗଙ୍କ ସମେତ ଉପସଭାପତି ଅମୁଲ୍ୟ ବେହେରା, ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଜିଲ୍ଲା ଯୁଗ୍ମ ସଂପାଦକ ସୁବାଷ ଚନ୍ଦ୍ର ବାଗ, ସନ୍ତୋଷ ସ୍ୱାଇଁ, ଅଭିନାଶ ଜେନା, ଦିପକ ଧିର, ରତିକାନ୍ତ ମହାରଣା, ବନ୍ଦିତା ଦାସ, ସିଆରସିସି ଉମାକାନ୍ତ ସତନାମି, ସୁମନ୍ତ ଠାକୁର, ଗୀତାଞ୍ଜଳି ଶବର, ସୁଶମା ନାଏକ, ଗୌରଚନ୍ଦ୍ର ଶବର, ଲିଙ୍ଗରାଜ ନାଏକ, ଶିକ୍ଷୟିତ୍ରୀ ଜୟଶ୍ରୀ ବାଲା ନାଏକ, ସୁମନ ଅର୍ପିତ ପଣ୍ଡା, ଦୟସାଗର ଘି, ମଣିରାମ ମାଝୀ ସମେତ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ।
