ସଡ଼କ ଦୁର୍ଘଟଣାରେ ଭାଲୁ ମୃତ୍ୟୁ, ସିଗ୍ନାଲ ବୋର୍ଡ ଲଗାଇବା ପାଇଁ ଦାବି

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) :  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ନିକଟ ସିଉନାଗୁଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଭାଲୁ ମୃତୁ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଂଚାୟତ ଅଧିନ ସିଉନାଗୁଡା ଦେଇ ଯାଇଥିବା ଭାରତମାଳା ନିକଟରେ ଅଜଣା ଗାଡ଼ି ଧକ୍କା ଗୋଟେ ଭାଲୁ ମୃତ ହୋଇ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ପାପଡାହାଣ୍ଡି ବନ ବିଭାଗ କୁ ଯୋଗାଯୋଗ କରିଥିଲେ । ପରେ ବନ ବିଭାଗ ର ଏକ ଟିମ୍ ଆସି ମୃତ ଭାଲୁ କୁ ଉଦ୍ଧାର କରିଥିଲେ। ପ୍ରକାଶ ଥାଉକି ଭାରତମାଳା ରାସ୍ତା ଟି ଦ୍ରୁତଗାମୀ ହୋଇଥିବା ବେଳେ ଅନେକ ସ୍ଥାନରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସିଗ୍ନାଲ ବୋର୍ଡ ଲଗାଯାଇ ନାହିଁ ଫଳରେ ଦୈନଦିନ ଦୁର୍ଘଟଣା ଘଟୁଛି । ଏଣୁ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଜଙ୍ଗଲ ପାଶ୍ଵ ରାସ୍ତା ମଝିରେ ସିଗ୍ନାଲ ବୋର୍ଡ ଲଗାଇବା ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *