କଲମପୁର ପ୍ରେସ ପ୍ରୀମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲକୁ ପ୍ରବେଶ କଲା କଲମପୁର ପଞ୍ଚାୟତ ଖେଳାଳୀ ଦଳ

କଲମପୁର /କ୍ରାନ୍ତି କ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମୀନଗୁର ଖେଳ ପଡିଆଠାରେ କଲମପୁର ପ୍ରେସ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେମିଫାଇନାଲ ମ୍ୟାଚ ଟି କଲମପୁର ପଞ୍ଚାୟତ ଏବଂ ଶିକ୍ଷକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଲମପୁର ଖେଳାଳୀ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇ ୧୦ଓଭର ବିନିମୟରେ ୧୪୯ ରନ କରିଥିଲେ, ଜବାବରେ ଶିକ୍ଷକ ଦଳ ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲେ। କଲମପୁର ପଞ୍ଚାୟତ ଦଳ ଫାଇନାଲକୁ ପ୍ରବେଶ କରିଛି। ପ୍ରଥମ ସେମିଫାଇନାଲ ମ୍ୟାଚରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି , +୩ କଲେଜର ଅଧ୍ୟକ୍ଷ ହେମନ୍ତ ବାରିକ ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥି ଭାବରେ କଲମପୁର ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ଲିଙ୍ଗରାଜ ଧଙ୍ଗଡାମାଝୀ, ସୁଶିଲ ପତି ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଥିଲେ। ପ୍ରଥମ ସେମିଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଟୁନା ପଟ୍ଟନାୟକ ପାଇଥିବାବେଳେ ବବୃବାହାନ ରଣା ଓ ଭବାନୀ ଗହିର ଖେଳ ପରିଚାଳନା କରିଥିଲେ । ଶାଶ୍ଵତ ପଣ୍ଡା ଖେଳର ଧାରାବିବରଣି ପ୍ରଦାନ କରିଥିବା ବେଳେ ଶିବ ପ୍ରସାଦ ମହାରଣା ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *