ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଉଦଘାଟିତ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଟେମରା ଗ୍ରାମରେ ନବ ନିର୍ମିତ ଭାବେ ହୋଇଥିବା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଗୁରୁବାର ଉଦଘାଟିତ ହୋଇଯାଇଛି। ଏହାକୁ ଟେମରା ସରପଞ୍ଚ କ୍ଷୀତିରାମ ପାତ୍ର ମୁଖ୍ୟଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ ପରିଡ଼ା ମୁଖ୍ୟବକ୍ତା, ସୁଧୀର କୁମାର ପାତ୍ର, ସମିତି ସଭ୍ୟା ଅନୁସୟା ମାଝୀ, ନାଏବ ସରପଞ୍ଚ ପୂର୍ଣ୍ଣିମୀ ମାଝୀ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ରାଜେନ୍ଦ୍ର ନାଏକ, ଚୌଧୁରୀ ଦୁର୍ଗା, କୈଳାସ ଚଳାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କ୍ରମରେ ଗୋ’ ଚାଷୀ, ମତ୍ସ୍ୟ ଓ ଛେଳି ଚାଷୀ ମାନଙ୍କ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅଧିକାରୀମାନେ ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ ଚାଷୀ ମାନଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ସେ ସବୁର କେମିତି ଲାଭ ଉଠାଇବେ ସେ ନେଇ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଚାଷୀ କୁମୁଦ ଚନ୍ଦ୍ର ପାତ୍ର, ଗିରିଜା ଶଙ୍କର ହଂସ, ହୁକମି ବାଗ, ଅରୁଣା ବାଗ, ଦୁଷ୍ମନ୍ତ ପାତ୍ର, କ୍ଷତିସିନ୍ଧୁ ହଂସ ସମେତ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ। ମଞ୍ଚକୁ ରମେଶ ଚନ୍ଦ୍ର ହଂସ ପରିଚାଳନା କରିଥିବାବେଳେ ଟେମରା ଏଲ୍ଆଇ ଜୟରାମ ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଲ୍ଆଇ ଦେବି ସିଂ ନାଗ, କୈଳାଶ ସାହୁ, ଅର୍ଜୁନ ଲହଜଲ, ମୁକୁନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *