ଜୟପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ସଭା

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଜୟପାଟଣା ବ୍ଲକ ଶାଖା ସଭାପତି ପ୍ରମୋଦ କୁମାର ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ବିଜୟ ଦିଶାରୀ ଯୋଗଦାନ କରି ଦେଶର ପ୍ରଗତି ପାଇଁ ଶିକ୍ଷକମାନଙ୍କ ଅବଦାନ ସଦାସର୍ବଦା ପ୍ରଶସଂନୀୟ ବୋଲି ମତପ୍ରକାଶ କରିଥିଳେ। ସମ୍ମାନୀତ ଅତିଥି ଭାବେ ସି. ଆର.ସି.ସି ବେଦବର ନିଆଲ, ସଙ୍ଘ ସମ୍ପାଦକ ଲଳିତ କୁମାର ନାଏକ ଯୋଗଦାନ କରିଥିଲେ । ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଥିବା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପାଟଣା ସୁରେନ୍ଦ୍ର ମୋହନ ଯୋଶୀ, ସାନଟେମରୀ ଉ.ପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପଣ୍ଡା, ଗୁମାପଡା ପ୍ରାଥମିକ ବିଦ୍ୟାଳୟର ସହଶିକ୍ଷକ ଟୁନୁପ୍ରସାଦ ଦାସ, ଛତାବାନ୍ଧୁଗୁଡା ଉ.ପ୍ରା ବିଦ୍ୟାଳୟର ସହଶିକ୍ଷକ ଲାଲ ମୋହନ ଶବରଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମୃତି ଚି଼ହ୍ନ ସହ ଅବସର ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ  ଦିଶାରୀ ମହୋଦୟଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ରେଙ୍ଗାଲପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେଦବର ନିଆଲ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ଆପ୍ରାଣ ଉଦ୍ୟମରେ ଖୁବ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ସଭା କାର୍ଯ୍ୟକ୍ରମରେ ଜୟପାଟଣା ପ୍ରାଥମିକ ସଙ୍ଘର ଉପଦେଷ୍ଟା ସରୋଜ ମିଶ୍ର, ପ୍ରଫୁଲ୍ଲ ବେହେରା, ସଂଗଠନର କର୍ମକର୍ତ୍ତା ରମାକାନ୍ତ ମାଝୀ, ଗୋଲକ ବିହାରୀ ସିଂ, ଉପେନ୍ଦ୍ର ଯୋଶୀ ଓ ସମସ୍ତ ଆଞ୍ଚଳିକ କେନ୍ଦ୍ର ସଂଯୋଜକ, ରେଙ୍ଗାଲପାଲି ଆଞ୍ଚଳିକ କେନ୍ଦ୍ରର ଶିକ୍ଷକ ଗଣେଶ ଶବର, ଶଶିଭୂଷଣ ଦଳପତି, କୌଶିକ ଶବର, ସନ୍ତୋଷ ଭୋଇ, ସୁବାଷ ବିଶ୍ୱାଳ, ତ୍ରିନାଥ ନାଏକ, ରଞ୍ଜନ ବରିହା, ତ୍ରିଲୋଚନ ଦୁର୍ଗା, ସୁଜିତ ସାହୁ, ରୁଚିରା ନାୟକ ଓ ଉପମା ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବଡକର୍ଲାକୋଟ ସିଦ୍ଧାର୍ଥ କୁମାର ମିଶ୍ର ଓ ସଂଗଠନ ଯୁଗ୍ମ ସମ୍ପାଦକ ନବ କିଶୋର ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *