ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଲୁଟ୍ ଘଟଣା। କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଲୁଟ୍ କରିଥିବା ଘଟଣା ସମ୍ମୁଖକୁ ଆସିଛି। ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତିରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘଟିଛି ଏହି ଚୋରି ଘଟଣା। ସ୍ଥାନୀୟ ବାସିନ୍ଦା ସୁଶାନ୍ତ ସେନାପତିଙ୍କ ଘରେ କେହି ନଥିବା ବେଳେ ଦୁର୍ବୁତ୍ତମାନେ ଘର ପଛପଟ ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।ଘର ଭିତରେ ଥିବା ଆଲମାରୀକୁ ଭାଙ୍ଗି ଦୁର୍ବୁତ୍ତମାନେ ସୁନା ଗହଣା ସହ ନଗଦ ଟଙ୍କା ଲୁଟିନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍, ଦୁଇଟି ମୁଦି, କାନ ଫୁଲ, ସୁନା ହାର ଓ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ରହିଥିବା ଅଭିଯୋଗ ହୋଇଛି।ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିବା ବେଳେ ଖବର ଲେଖାଯାଉଅବଧି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ।ଏହି ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଦୁର୍ବୁତ୍ତମାନଙ୍କୁ କେବେ ଧରାଯିବ ଏବଂ ଚୋରି ହୋଇଥିବା ସାମଗ୍ରୀ କେବେ ଉଦ୍ଧାର ହେବ, ସେଥିପାଇଁ ସବୁଠାରୁ ଅପେକ୍ଷା ରହିଛି।

