ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ପଞ୍ଚାୟତ ଅନ୍ତର୍ଗତ ଭଟାଗୁଡ଼ା ଗାଁରେ ମାଁ ଦୂର୍ଗା ଯୁବ ଅନୁଷ୍ଠାନର ପରିଚାଳନାରେ ଗତ ୧୬ ତାରିଖ ଦିନ ଆରମ୍ଭ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ରୋମାଞ୍ଚକର ଫାଇନାଲ ସହ ଶେଷ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।
ଏ ଏବଂ ବି ଦୁଇଟି ଗ୍ରୁପ୍ ରେ ୮ଟି ଲେଖାଏଁ ଦଳ ଭାଗ ନେଇଥିଲେ। ଗ୍ରୁପ୍ ଏ ରେ ରାଇଲାପଡ଼ାକୁ ପରାଜିତ କରି ସିରିମସ୍କା ଫାଇନାଲକୁ ପ୍ରବେଶ କରିଥିବାବେଳେ, ଗ୍ରୁପ୍ ବି ରେ ଟିଟ୍ରିପଡ଼ାକୁ ହରାଇ କାଣିଗୁମା ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚ୍ରେ କାଣିଗୁମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭର୍ରେ ୮ ୱିକେଟ୍ ହାରାଇ ୯୪ ରନ୍ ସଂଗ୍ରହ କରିଥିଲା। ଜବାବରେ ସିରିମସ୍କା ଦଳ ଜୋରଦାର ଖେଳ ପ୍ରଦର୍ଶନ କରି ମାତ୍ର ୮ ଓଭର୍ରେ ୪ ୱିକେଟ୍ ହାରାଇ ୯୫ ରନ୍ କରି ଚାମ୍ପିୟନ ହେବାର ସମ୍ମାନ ଅର୍ଜନ କରିଥିଲା। ମ୍ୟାଚ୍ରେ ଅମ୍ପାୟର ଭାବେ ସୁରେଶ ମାଝୀ ଓ ଡେଭିଡ ମାଝୀ ଦାୟିତ୍ୱ ନିଭାଇଥିଲେ। ଫାଇନାଲ ମ୍ୟାଚ ଅବସରରେ ମୁଖ୍ୟ ଅତିଥି ଭାବେ କପିଳାଶ ନାଏକଙ୍କ ସହ ଗୋବିନ୍ଦ ପ୍ରଧାନୀ, ପ୍ରଦୀପ ନାଏକ, କିଆପଦର ପଞ୍ଚାୟତ ସଭାପତି (ବିଜେଡି) କାମେଶ୍ୱର ନାଏକ, ନାଏବ ସରପଞ୍ଚ ରାଜକୁମାରୀ ସୁନାନୀ, ନରେନ୍ଦ୍ର ବିବାର, ଗ୍ରାମ ସାଥୀ ପାନୁ ମାଝୀ, ୱାର୍ଡ ମେମ୍ବର କୁମୁଟି ମାଝୀ, ସମାଜସେବୀ ବଳରାମ ଦେଓ, କିନ୍ଦାଙ୍ଗ ମାଝୀ ଓ ଭୀମ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଦଳ ସିରିମସ୍କାକୁ ୧୦,୦୦୦ ଟଙ୍କା ଓ ଉପବିଜେତା କାଣିଗୁମାକୁ ୭,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି କ୍ରିଡ଼ା ଆୟୋଜନକୁ ସହଦେବ ମାଝୀ, ଆବକାନ୍ତ ମାଝୀଙ୍କ ନେତୃତ୍ୱରେ ଅଜୟ ମାଝୀ, ଅନଙ୍ଗ ମାଝୀ, ଗଜପତି ମାଝୀ, ରାମଚନ୍ଦ୍ର ମାଝୀ, କୁନୁ ମାଝୀ, କୃଷ୍ଣ ନାଏକ, ମଳୟ ମାଝୀ, କାଲୁ ଭାଇ ଓ ମଧୁସୂଦନ ମାଝୀ ଆଦି ସଫଳ ଭାବେ ପରିଚାଳନା କରିଥିଲେ।

