କଲମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକର ସାମ୍ବାଦିକ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ପୋଟେଶ ଗ୍ରାମର ସ୍ବର୍ଗତ ଶରତ ସୁନାନୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାମ୍ବାଦିକ ସମୂହ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି। ଜୟପାଟଣା ବ୍ଳକ ମୋତେଲଗୁଡା ଠାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ସାମ୍ବାଦିକମାନେ ଉପସ୍ଥିତ ରହି ସ୍ୱର୍ଗତ ସୁନାନୀଙ୍କ କାର୍ଯ୍ୟଶୈଳୀ, ନିଷ୍ଠା ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଏହି କ୍ରମରେ ସାମ୍ବାଦିକ, ସହକର୍ମୀ ଓ ଶୁଭେଚ୍ଛୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ। ସ୍ବର୍ଗତ ସାମ୍ବାଦିକ ଶରତଙ୍କ ମୃତ୍ୟୁ ପରେ ସ୍ତ୍ରୀ ବିଳାସିନୀ ସୁନାନୀ ସହିତ ତିନୋଟି ଝିଅ ପରିବାରରେ ରହିଛନ୍ତି। କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ବିୟୋଗରେ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଥିଲା। ଶୋକସଭାରେ ସାମ୍ବାଦିକ ଜଗମୋହନ ପଟ୍ଟନାୟକ, ରଜନୀକାନ୍ତ ଛତ୍ରିଆ, ସୁଶାନ୍ତ ନାଏକ, ଜଗଦୀଶ ନାଏକ, ବାବୁଲି ଦୁର୍ଗା, ଟିକଚନ ବାଗ, ବେଦବର ଛତ୍ରିଆ, କେଶବ ସୁନାନୀ, ବିଜୟ ପଣ୍ଡା, ହିରଣ୍ୟ ବେହେରା, ହର୍ଷ ବର୍ଦ୍ଧନ ପାଣିଗ୍ରାହୀ, ପ୍ରୁଥିବିରଜ ନିଆଲ, ଅମରେଶ ପାଢ଼ୀ, ରୁଦ୍ରପ୍ରସଡ ମୁଣ୍ଡ, ବାସୁଦେବ ଛତ୍ରିଆ, କୁଞ୍ଜ ବିହାରି ଛତ୍ରିଆ, ଟଙ୍କ ଧର ବିହାରି, ଗଗନ ଛତ୍ରିଆ ଖିରସିନ୍ଧୁ ଗହିର, ଗଜିନ୍ଦ୍ର ନାଗ, ପରମାନନ୍ଦ ଛତ୍ରିଆ, ଭୋଜରଜ୍ ଛତ୍ରିଆ, ହରିହର ଛତ୍ରିଆ, ପରୀକ୍ଷିତ ତାଣ୍ଡି, ଭବାନୀ ମାନହିର ସମେତ ବହୁ ସାମ୍ବାଦିକ ସାଥୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

