ମ, ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାନନ ହେଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗେଇଥିଲେ। କଳାହାଣ୍ଡି ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ସହକାରୀ ଯନ୍ତ୍ରୀ ବଳ୍ୱିନ୍ଦର ସିଂ ଯାଦବ, ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କ୍ରମରେ୨୦ ଜଣ ଗରିବ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ, ନରେଗା ଯୋଜନାରେ ସଫଳତା ର ସହିତ କାର୍ଯ୍ୟ କରିଥିବା ଡୁଡୁକାରଞ୍ଜା ପଞ୍ଚାୟତ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପିଇଓ ଉଗ୍ରସେନ ଗୈାଡଙ୍କୁ ବ୍ଲକ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ସେଭଲି ଅନ୍ତୋଦୟ ଗୃହ ଯୋଜନା ଗରିବ ଭିନ୍ନ କ୍ଷମ ରୋଗୀ ଭଲି ହିତାଧିକାରୀ ମାନଙ୍କୁ ୨୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଚାରିମାସରେ ଗୃହ ନିର୍ମାଣ କରିଥିବା ୪ ଜଣ ହୀତାଧିକାରୀଙ୍କୁ କୋଡ଼ିଏ ହଜାର ଚେକ୍ ପ୍ରଦାନ କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଉତମ ପ୍ରଦର୍ଶନ କରିଥିବା ଡୁଡୁକା ରଞ୍ଜା ପଞ୍ଚାୟତ ର ପିଇଓ ଉଗ୍ରସେନ ଗୈାଡ ଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ। ସମ୍ବାଦିକ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। କ୍ଷମାନିଧି ମାହାର, ନେତ୍ରାନନ୍ଦ ପୃଷ୍ଠି ସମେତ ସମସ୍ତ ବ୍ଲକ୍ କର୍ମଚାରୀମାନେ ସହଯୋଗ କରିଥିଲେ।

