ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧକ୍ଷା ମଞ୍ଜୁଳା ମିଣିଆକା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଟୁନୀ ହୁଇକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ କୁଲକର୍ଣୀ ଜାତୀୟ ପଞ୍ଚାୟତରାଜ ଦିବସର ମହତ୍ୱ ସହ ଭାରତୀୟ ଇତିହାସରେ ପୂରାତନ ଯୁଗରୁ ଏହାର ପ୍ରଚଳନର ଦୃଷ୍ଟାନ୍ତମାନ ଉପସ୍ଥାପନ କରିଥିଲେ। ଏହି କ୍ରମରେ ଗୁଣୁପୁରକୁ ଉତ୍ତମ ବ୍ଳକ, ଉତ୍ତମ କାର୍ଯ୍ୟଦକ୍ଷତା ନିମନ୍ତେ ସହକାରୀ ଯନ୍ତ୍ରୀ ତ୍ରୀନାଥ ମିଶ୍ର ରାମନାଗୁଡା, ନିର୍ବାହୀ ଅଧିକାରୀ ମନୋରଞନ ବେହେରା ମୁନିଗୁଡା, ଏଡିଇଓ ଜଗଦିଶ ପାତିକା ଶଗଡା, ଜିଆରଏସ ଆଇ ସନ୍ତୋଷ କୁମାର ରାମନାଗୁଡାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଉତ୍ତମ ସେବା ଓ କାର୍ଯ୍ୟ ଦକ୍ଷତା ନିମନ୍ତେ କୋଲନରାର ନାରୀଶକ୍ତି ଆଗ୍ରୋ ସ୍ୱୟଂ ସହାୟକ ଗୋଷ୍ଠୀ, କଲନରାର ଇନ୍ଦିରା ଓ ରାୟଗଡ ବ୍ଲକ ର ଯୟ ହନୁମାନ ଏସ ଏଚ ଜି ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ରାୟଗଡ ବିଡିଓ ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ଓ ରାୟଗଡ ସଦର ବ୍ଲକର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ। ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷିରବ୍ଧିତନୟା ସାହୁ ଏହାର ସଂଯୋଜନା କରିଥିଲେ।

