ବାଲିଗୁଡ଼ା ବନଖଣ୍ଡରୁ ପୁରୀ ଗଲା ରଥ କାଠ ରାଜ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ଲାଗିଲା କାଳିଆ ଡୋରୀ। ଘୋଷ ଯାତ୍ରା ପାଇଁ ବାହାରିଲା ରଥକାଠ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ରୁ ପୁରୀ ରଥ ତିଆରି ପାଇଁ କାଠ ଯାଇଛି। ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ବନାଞ୍ଚଳରୁ ପୁରୀ ଅଭିମୁଖେ ବାହାରିଛି ରଥ ନିର୍ମାଣ ପାଇଁ ୪୦ ଫୁଟ ଲମ୍ବର ୨୩ ଖଣ୍ଡ ଧଉରା କାଠ। କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋଷଲେ, ଡିଏଫ୍‌ଓ ଘନଶ୍ୟାମ ମହାନ୍ତଙ୍କ ସମେତ ସମସ୍ତ ବନ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତିରେ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଜାର୍ଚ୍ଚନା କରି କାଠ ବୋଝେଇ ଟ୍ରଲରକୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାଛୋଟି ନେଇ ବିଦାୟ ଦେଇଛନ୍ତି ଅଞ୍ଚଳବାସୀ। ପ୍ରଥମଥର ପାଇଁ କନ୍ଧମାଳର ବାଲିଗୁଡ଼ା ବନଖଣ୍ଡରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ କାଠ ପ୍ରେରଣ କରିବାର ସୁଯୋଗ ମିଳିଥିବାରୁ ଆମେ ଧନ୍ୟ। ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ଆମକୁ ଏହି ସୌଭାଗ୍ୟ ମିଳିଥିବାରୁ ଆମ ଜୀବନ ଧନ୍ୟ ହୋଇଗଲା ବୋଲି କହିଛନ୍ତି ଜିଲ୍ଲାପାଳ, ଡିଏଫ୍‌ଓଙ୍କ ସମେତ ଅଞ୍ଚଳବାସୀ। ପୁରୀ ଘୋଷ ଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *