ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମରେ ଶ୍ରୀ ଶ୍ରୀ ବିରାଟେସ୍ୱରାୟ ନମଃ ୩୬ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୬ ପ୍ରହର ନାମ ଯଜ୍ଞର ଅଧିବାସ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଲଣ୍ଡାଗାଁ ଗ୍ରାମବାସୀଙ୍କ ଆନୁକୂଲ୍ୟ ଅଞ୍ଚଳ ଗ୍ରାମବସୀ ସହଯୋଗରେ ଆସନ୍ତା ୨୭ତାରିଖ ୨୮ତାରିଖ ପର୍ଯ୍ୟନ୍ତ ୧୬ପ୍ରହର ନାମ ଯଜ୍ଞହେବ ବୋଲି ଗ୍ରାମବାସୀଙ୍କ ମତ ପ୍ରକାଶ କରିଛନ୍ତି। ଖଡଙ୍ଗନଦୀ ତୁଠ ଠାରେ ପୂଜକ ଭାବରେ ରାଜାରାମ ଦାସ କର୍ତ୍ତା ମାନସିଂହ ଭୋଇ ପୂଜା କାର୍ଯ୍ୟ କରି ଗଙ୍ଗାମାତା ଆବାହନ କରିବା ପରେ ଉପବାସ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ମାନେ କଳସ ମୁଣ୍ଡରେ ବୋହି ଆଣି ଯଜ୍ଞ ମଣ୍ଡପ ସ୍ଥାପନ କରିଥିଲେ।

