ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଗ୍ରାମରେ ଗତ ଅପ୍ରେଲ ୧୯ରୁ ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି (ସୋମବାର) ଉଦଯାପିତ ହୋଇଯାଇଛି। ନବନିର୍ମିତ ମନ୍ଦିରର ଗର୍ଭଗୃହରେ ଭଗବାନ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ଦେବୀ ସୀତା ଓ ରାମ ଭକ୍ତ ହନୁମାନ ବିରାଜିତ ହୋଇଥିବାବେଳେ ପାର୍ଶ୍ୱ ଦେବାଦେବୀ ସ୍ବ ସ୍ବ ସ୍ଥାନ ଅଳଙ୍କୃତ କରିଛନ୍ତି। ଏହି ଅବସରରେ ୧୬ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ଭାବରେ ଡମ୍ବରୁ ରଣା ଓ ତାଙ୍କ ପତ୍ନୀ କମଳା ରଣା, ମୁଖ୍ୟ ପୂଜକ ଭାବରେ ଅର୍ଜ୍ଜୁନ ମିଶ୍ର, ସହଯୋଗୀ କଳ୍ପତରୁ ପାଢୀ ଓ ମାଝୀଗୌରୀ ପଣ୍ଡା ଦାଇତ୍ୱ ନିର୍ବାହ କରିଥିଲେ। ପରିଚାଳନା ସମିତିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାରକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନ, ମାଣ୍ଡେଲର ପୂର୍ବତନ ସରପଞ୍ଚ ସାର୍ଥିକ ମାଝୀଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

