କ ନୂଆଗାଁରେ ଜିଲ୍ଲା ପାଳକ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କ. ନୂଆଗାଁ/କ୍ରାନ୍ତି କ୍ଷତ୍ର : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ସୁଶାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ବେଦ ଭୂଷଣ ୧0୧ ଟି ଅଭିଯୋଗ ଗ୍ରହଣ କରି ଏହାର ସମାଧାନ ନିମନ୍ତେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେର, କ ନୂଆଗାଁ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ, ରେଞ୍ଜର ରମାକାନ୍ତ କହଁରଙ୍କ ଉପସ୍ଥିତରେ ୯୫ ଟି ବ୍ୟକ୍ତି ଗତ ୬ ଟି ସାମୁହିକ ଅଭିଯୋଗ ଶୁଣାଣି ହୋଇଥିଲା । ଏହା ପରେ ଜିଲ୍ଲାପାଳ କ ନୂଆଗାଁ ବ୍ଲକ ଅଞ୍ଚଳରେ ଥିବା ପୋଖରୀ, ପାନୀୟ ଜଳ ପ୍ରକଳ୍ପ ଏସ ଏସ ଡି ବିଦ୍ୟାଳୟ, କଦଳୀ ବଗିଚା କରିଥିବା ଚାଷୀଙ୍କୁ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ ଇଇ ଶୁଭମ ମହାପାତ୍ର, ସିପି ରାକେଶ କୁମାର ସାହୁ,ଏବଂ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *