କୋକସରା/କ୍ରାନ୍ତିକ୍ଷେତ୍ର : ସ୍ବର୍ଗତ ଅଧ୍ୟାପକ ଅଇରୀ ନାଶନ ଚିନ୍ଦାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କୋକସରା ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। କୋକସରା ପଞ୍ଚାୟତ ସମିତି ମହାବିଦ୍ୟାଳୟର କର୍ମଚାରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ, ସାମ୍ବାଦିକ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ଚିନ୍ଦାଙ୍କ ବାପା ଦୁର୍ଗା ଚରଣ ଚିନ୍ଦା, ମା’ ବାସନ୍ତୀ ଚିନ୍ଦା, ସ୍ତ୍ରୀ ଦୀପ୍ତିମୟୀ ପଣ୍ଡା, ଭାଇ ଅଭୟ ନାସନ ଚିନ୍ଦା, ଝିଅ ଅନନ୍ୟା ଭାରତୀ ଓ ଆର୍ୟା ଅଭନ୍ତିକା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ବର୍ଗତ ଚିନ୍ଦାଙ୍କ ବାସ ଭବନରେ ଶ୍ରାଦ୍ଧ କାର୍ଯ୍ୟ ଓ ସ୍ମୃତି ସଭା ହୋଇଥିଲା।

