ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପରଲୋକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମର ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳେ ତାଙ୍କ ବୟସ ୫୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ସରପଞ୍ଚ ଥିବା ସମୟରେ ଲୋକମାନଙ୍କ ସହ ସୁସମ୍ପର୍କ ରଖିଥିଲେ ଏବଂ ଅଞ୍ଚଳରେ ବହୁ ବିକାଶମୂଳକ କାର୍ଯ୍ୟ କରିଥିବାରୁ ସେ ଲୋକପ୍ରିୟ ଥିଲେ। ମୃତ୍ୟୁ ଖବର ପାଇ କଂଗ୍ରେସ ଦଳର ବ୍ଲକ୍ ସଭାପତି ସୁଶୀଲ କୁମାର ନାଏକ,ଗଙ୍ଗାଧର ପାତ୍ର, ନେତ୍ରମଣି ନାଗ, ପରମେଶ୍ୱର ଶବର,ନବୀନ ସାହୁ ସହ ଅନେକ କର୍ମୀ ଉପସ୍ଥିତ ହୋଇ ଶୋକ ପ୍ରକାଶ କରିଥିଲେ।ଶ୍ମଶାନ ଘାଟରେ ତାଙ୍କ ପୁଅ ରାଜେଶ ସମରଥ ମୁଖାଗ୍ନି ଦେଇଥିଲେ।ତାଙ୍କର ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *