ବିଜୁ ମହିଳା ଜନତା ଦଳ ବ୍ଲକ ସଭାନେତ୍ରୀ ହେଲେ ସୁଷମା ମାଝୀ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର  (ସୌମ୍ୟ ରଞ୍ଜନ ପାତ୍ର ) : ବିଜୁ ଜନତା ଦଳ ତରଫରୁ ମହିଳା ସଂଗଠନ ସୁଦୃଢ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ଏହିକ୍ରମରେ ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳ ମହିଳା ସଂଗଠନର ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ଓ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନଙ୍କ ଅନୁମୋଦନ ପରେ ଲାଞ୍ଜିଗଡ଼ ବ୍ଲକ ବିଜୁ ମହିଳା ଦଳର ସଭାନେତ୍ରୀ ଭାବେ ସୁଷମା ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ସୁଷମା ଛତ୍ରପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କ ଉପରେ ଆସ୍ଥା ରଖି ଦଳ ତାଙ୍କୁ ମହିଳା ସଂଗଠନ ଭାବେ ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ସୁଷମା ନୂତନ ଦାୟିତ୍ୱ ପାଇବା ପରେ ଦଳୀୟ ନେତୃବୃନ୍ଦ ଓ କର୍ମୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *