ନିମ୍ବ ଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ, ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବାବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଧନଶୂଳି ଗ୍ରାମର ଏକ ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ଦେଇ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଜୟପାଟଣା ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ଅନ୍ୟ କିଛି କାରଣ ରହିଛି,ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *