ମ. ରାମପୁର ଓକିଲ ସଂଘ ପକ୍ଷରୁ ମଧୂବାବୁ ଜୟନ୍ତୀ ପାଳନ

ମ. ରାମପୁର/କ୍ରାନ୍ତିକ୍ଷେତ୍ର :  କଳାହାଣ୍ଡି ଜିଲ୍ଲା ମ ରାମପୁର ଓକିଲ ସଂଘ କାର୍ଯ୍ୟାଳୟ ରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓ ଙ୍କ ନେତୃତ୍ବରେ ମଧୂବାବୁ ଜୟନ୍ତୀ ପାଳନ ହୋଇଯାଇଛି। ପ୍ରଥମେ ମଧୂବାବୁ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାପତି ଶ୍ରୀ ଯୁକ୍ତ ସିଂହ ଦେଓ ଙ୍କ ସଭାପତିତ୍ବ ଏକ ମଧୂବାବୁ ଙ୍କ ସୃତି ସଭା ଅନୁଷ୍ଠିତ ହୋଇଯାଇଅଛି। ପରେ ସଂଘ ସମ୍ପାଦକ ସପନ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ସହିତ ମଧୂବାବୁ ଙ୍କ ଶୃତି ଚାରଣ କରିଥିବାବେଳେ ସଂଘ ସଭାପତି ଶ୍ରୀଯୁକ୍ତ ସିଂହ ଦେଓ ମଧୂବାବୁ ଙ୍କ ଶୃତି ଚାରଣ କରିବା ସହିତ ମଧୂବାବୁ ଙ୍କ କାର୍ଯ୍ୟ କୁ ଆମେ ଆଦରି ନେବା ବୋଲି ସମସ୍ତ ଓକିଲ ମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ବରିଷ୍ଠ ଆଇନଜୀବି ଜତିନ ସାହୁ, ପ୍ରସାନ୍ତ କୁମାର ପଣ୍ଡା, ଅଶ୍ବିନୀ କୁମାର ପଣ୍ଡା, ସତ୍ୟ ନାରାୟଣ ସାହୁ, ଆସିଷ କୁମାର ମିଶ୍ର,ସତ୍ୟ ଜିତ ଚାଟାର୍ଜୀ,, ବସନ୍ତ ଶଣ୍ଢ,ନିଜ ନିଜ ବକ୍ତବ୍ୟ ପ୍ରଦାନ । ବେଳେ ଜଳେଶ୍ବର ହେର୍ଣ୍ଣା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *