ବାଇକ ଦୁର୍ଘଟଣାରେ ଜଣେ ମୃତ

କ ନୂଆଗାଁ/କ୍ରାନ୍ତି କ୍ଷତ୍ର : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା କଟ୍ରିଙ୍ଗୀଆ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ମୃତ ଯୁବକ ହେଲେ ଗୁଞ୍ଜିବାଡ଼ି ଗ୍ରାମର ମୁକେଶ ଡିଗାଲ,ବୟସ ୨୩ । ସୂଚନା ପ୍ରକାରେ ଦ୍ରୁତ ଗତି ରେ ବାଇକ ଚଳାଉ ଥିବା ବେଳେ ନିୟନ୍ତ୍ରଣ ହରାଇ କଟ୍ରିଙ୍ଗୀଆ ରାସ୍ତାରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା । ମୃତ ଯୁବକୁ ରାଇକିଆ ମେଡିକାଲରେ ଶବବ୍ୟବଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସାରଙ୍ଗଡ଼ ଥାନା ଅଧିକାରୀ ସ୍ମିତା ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *