ଗୋ-ମାତା ସୁରକ୍ଷା ପାଇଁ ଆନ୍ତରିକ ଉଦ୍ୟମ ଆବଶ୍ୟକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର : ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଗୋମାତା ଏକାଦଶ ରୁଦ୍ରଙ୍କର ମାତା, ଅଷ୍ଟବସୁଙ୍କର କନ୍ୟା ଓ ଦ୍ୱାଦଶ ଆଦିତ୍ୟଙ୍କର ଭଗିନୀ, ଯିଏ ଅମୃତରୂପୀ ଦୁଗ୍ଧ ପ୍ରଦାନ କରନ୍ତି। ଯଦି କେହି ଏହି ମାୟା ରାଜ୍ୟରେ ସମସ୍ତ ପ୍ରକାର ବୈଭବ ପ୍ରାପ୍ତ କରିବାକୁ ଚାହେଁ ତେବେ ଗୋମାତାଙ୍କର ସେବା କରିବା ଆବଶ୍ୟକ। ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ ମହିମାକୁ ପ୍ରଚାର କରିଛନ୍ତି। ବୈଦିକ କାଳରୁ ଆଜି ଯାଏଁ ଋଷି, ମୁନିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ ପାଳନ ଉପରେ ନିର୍ଭର କରି ଆସିଛୁ। ଆମ ପୂଜା ବିଧିରେ ପବିତ୍ରତା ଓ ବିଶୁଦ୍ଧତା ପାଇଁ ଗୋମୟ ଲିପା ଯାଇଥାଏ। ଅନ୍ୟ ପକ୍ଷରେ ଆମ ଧର୍ମ ଏବଂ ପୁରାଣ ଅନୁଯାୟୀ, ଗୋ ମାତାଙ୍କ ଦେହରେ ତେତିଶ କୋଟି ଦେବାଦେବୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଏତେ ସବୁ ଧର୍ମୀୟ ଉପଲବ୍ଧି ସତ୍ବେ ପବିତ୍ର ଦେବ ଭୂମି ଭାରତ ବର୍ଷରେ ଗୋହତ୍ୟା, ଗୋ ମାଂସ ଭକ୍ଷଣ ଭଳି କାର୍ଯ୍ୟକୁ ପଶ୍ରୟ ଦେବା ହିନ୍ଦୁ ରାଷ୍ଟ୍ରର ମାନ୍ୟତା କେବଳ ଅପୌଚାରିକତା ମନେ ହୁଏ। ଯଦି ଚ ଏହାର ସୁରକ୍ଷା ପାଇଁ ହାତ ଗଣତି କିଛି ସଂଗଠନ ଅଣ୍ଟା ଭିଡ଼ିଛନ୍ତି ତାହା ଶହେ ଶତଚାଳିଶ କୋଟିରୁ ଉର୍ଦ୍ଧ୍ବ ଜନ ସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ କେବଳ ଧର୍ମକୁ ଆଖି ଠାର କହିଲେ ଅତ୍ୟୁକ୍ତି ହେବନାହିଁ। ଯଦି ଏହାର ସୁରକ୍ଷା ପାଇଁ ଆମେ ହିନ୍ଦୁ ତତ୍ପରତା ଅଛୁ ତେବେ ନିଜସ୍ଵ ସ୍ବାର୍ଥକୁ ଦ୍ୱାହି ଦେଇ ଏହି ଆନ୍ଦୋଳନର ରୁପରେଖକୁ ଆନ୍ତରିକତାର ସହିତ ସକାରାତ୍ମକ ରୂପ ଦିଆଯାଉ। ପ୍ରତ୍ୟେକ ହିନ୍ଦୁ ନିଜ ଘରେ ଅନ୍ତତଃ ଗୋଟିଏ ଦୁଇଟି ଗାଈ ଗୋରୁ ଯତ୍ନର ସହିତ ରଖନ୍ତୁ। ତେବେ ଯାଇ କିଛିଟା ପରିବର୍ତ୍ତନ ସମ୍ଭବପର ହେବ। ଆମ ମନୋଭାବରେ ଯଦି ପରିବର୍ତ୍ତନ ନଆସେ ଆଗାମୀ ପିଢ଼ି ଚିଡ଼ିଆ ଖାନାରେ ମଧ୍ୟ ଏହି ମହାନ ଜୀବକୁ ଦେଖିବା କଷ୍ଟକର ହୋଇଯିବ। ଯାହା ବି ହେଉ କିଛି ସଂଗଠନ ଏହା ଉପରେ କାମ କରୁଛନ୍ତି,କେବଳ ସେମାନଙ୍କ ସହିତ ସକ୍ରିୟ ଯୋଗଦାନ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ଗଣେଶ ମନ୍ଦିରରୁ ତହସିଲଦାର କାର୍ଯ୍ୟାଳୟ, ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗୋଭକ୍ତ, ସମାଜସେବୀ ଏବଂ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ତହସିଲଦାରଙ୍କ ମାଧ୍ୟମରେ ଏବଂ ଜିଲ୍ଲାପାଳଙ୍କ ନିକଟରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋ ସୁରକ୍ଷା ପାଇଁ ଦାବିପତ୍ର ଉପସ୍ଥାପିତ କରାଯାଇଛି ।ଏହି ଦାବିପତ୍ରରେ ଦେଶରେ ବୃଦ୍ଧିଶୀଳ ଗୋ-ହତ୍ୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କଡା କାନୁନୀ ବ୍ୟବସ୍ଥା ଗ୍ରହଣ କରିବା ସହିତ ଗୋମାତାଙ୍କୁ ଭାରତର ‘ରାଷ୍ଟ୍ରମାତା’ ଭାବେ ଘୋଷଣା କରି ସେମାନଙ୍କର ସମ୍ମାନ, ସୁରକ୍ଷା ଓ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି। ଏହା ସହ ଗୋ ସଂରକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଗୋଶାଳା ସ୍ଥାପନ, ଅବାଧ ଓ ଅସୁରକ୍ଷିତ ଗୋ ବଂଶର ସୁରକ୍ଷା ପାଇଁ ସରକାରୀ ପଦକ୍ଷେପକୁ ଜୋରଦାର କରିବା, ଗୋ ତସକରୀ ଓ ଅବୈଧ ବ୍ୟବସାୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଜୟପାଟଣା ଗୁରୁବାର ବଜାରରେ ଶହ ଶହ ଜୀର୍ଣ୍ଣ,ସିର୍ଣ୍ଣ ଗୋରୁ,ଗାଈଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଅବାଧରେ ବାହାରକୁ ଚାଲାଣ କରା ଯାଉଛି ଏଥି ପ୍ରତି କାହାର ନିଘା ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ। ଆଗାମୀ ଦିନରେ ଏହାର ବିଚାର ହେବା ଆବଶ୍ୟକ। ଗତ କାଲି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ପଣ୍ଡା, ଶେଷଦେବ ବେହେରା, ସତ୍ରୁଜିତ୍ ବେହେରା, ଦିବାକର ପଟ୍ଟନାୟକ, ହରି କିଶନ ଜୈନ, ବିକ୍ରମ ମହାରଣା, ଜଗମୋହନ ପଟ୍ଟନାୟକ,କିଶୋର ଚନ୍ଦ୍ର ସାହା, ଚୈତନ୍ୟ ସେଠୀ, ଅମରେଶ ସିଂହ, ଭାରତ ଭୂଷଣ ବେହେରା,ସୌଦାମିନୀ ପଣ୍ଡା,ଜଗଦୀଶ ପଣ୍ଡା,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *