କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭.ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। କିଛି ସେକେଣ୍ଡ ପାଇଁ ଝଟକା ଅନୁଭୁତ ହୋଇଥିବା। ଫଳରେ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ଘରୁ ବାହାରୁ ଆସିଥିଲେ। ଏହା ପରେ ଲୋକେ ମୃଦୁ ଭୂମିକମ୍ପ ହୋଇଥିବା ଅନୁଭବ କରି ଏଣେ ତେଣେ ଲୋକଙ୍କୁ ପଚାରି ବୁଝିଥିଲେ। ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ।

