ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତଠାରେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରୁଥିବା ବିରୋଧୀ ଦଳଙ୍କ ବିରୋଧରେ ଆଜି ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିବି ଚାଟେଇ ନର୍ସିଙ୍ଗ ମହାବିଦ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରି ଧୋଡ୍ରା ଇଂଳାଜିନି ମନ୍ଦିରରେ ପହଞ୍ଚିଥିଲେ। ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମେତ ଖାଣ୍ଡା, ଚଚା, ମାଲଗାଁ, ଧୋଡ୍ରା, ଝରିଗାଁ ମଣ୍ଡଳର ମଣ୍ଡଳ ସଭାପତି ପ୍ରମୁଖ ସମାବେଶରେ ଯୋଗଦେଇଥିଲେ। ଏହି ସମାବେଶରେ ମହିଳାମାନେ ମୋଦି ସରକାର ଜିନ୍ଦାବାଦ ଓ ବିରୋଧୀ ଦଳଙ୍କୁ ମୁର୍ଦ୍ଦାବାଦ ନାରାବାଜି କରିଥିଲେ। କାର୍ଯ୍ୟକ୍ରମରେ ଧୋଡ୍ରା ପୂର୍ବତନ ସରପଞ୍ଚ ହରି ପୁଜାରୀ, ସୁଜନ ଭକ୍ତ, ଭଜନ କଲାର, ରଞ୍ଜିତ କୁରା, ମସୁ ଭତ୍ରା, ସୁବାଷ ପନକା, ଡମ୍ବରୁ ପନକାଙ୍କ ସମେତ ପଞ୍ଚାୟତ ସଭାପତି, ବୁଥ ସଭାପତି ଓ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *