ରବି ଧାନ ପଞ୍ଜିକରଣ ନିମନ୍ତେ ଚାଷୀଙ୍କ ମେଳି : ଆନ୍ଦୋଳନ ପାଇଁ ସଜବାଜ ୩ ବ୍ଳକର ଚାଷୀ

କୋକସରା/କ୍ରାନ୍ତିକ୍ଷେତ୍ର : ମେଗା ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନେ ଚଳିତ ରବି ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଦାବିପତ୍ର ଦେବା ସହିତ ଆନ୍ଦୋଳନ କୁ ମଧ୍ୟ ଓହ୍ଲାଇଛନ୍ତି କୃଷକ ସଂଘ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଚାଷୀ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମଧ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଦାବି କରିଥିଲେ। ତେବେ ବିଧାୟକ ଦେଇଥିବା ଚିଠିର ଉତ୍ତରରେ ରାଜ୍ୟ ଡେପୁଟି ସଚିବ କାର୍ଯ୍ୟାଳୟ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଛି। ତେବେ ବିଧାୟକ ଦେଇଥିବା ଚିଠିର ଉତ୍ତରରେ ରାଜ୍ୟ ଡେପୁଟି ସଚିବ କାର୍ଯ୍ୟାଳୟ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଛି। ବର୍ତ୍ତମାନ ସ୍ଥିତିରେ ଉଠାଜଳସେଚନ ଅଞ୍ଚଳର ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯିବା ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ପଞ୍ଜୀକରଣ ଓ ଧାନ ବିକ୍ରି ପାଇଁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଚାଷୀ ଭିତରେଥିବା ଅସନ୍ତୋଷ ହେବା ସହ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚାଷୀ ସଜବାଜ ହେଉଥିବା ଜଣାପଡ଼ିଛି। ସେହି ପରିପ୍ରେକ୍ଷୀରେ ବୁଧବାର କୋକସରା ବ୍ଲକ ଲଡୁଗାଁ ଆରଏମସି ଧାନ ମଣ୍ଡିଠାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଆବାହନ କ୍ରମେ ଚାଷୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗଦେଇଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଳକ ଅଞ୍ଚଳର ଚାଷୀଙ୍କ ମତାମତ ପରେ ୧ ତାରିଖରେ ପୁଣି ଏକ ବୈଠକ ରଖାଯାଇଛି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଏବଂ ଏହି ସମୟ ସୀମା ମଧ୍ୟରେ କୌଣସି ନିଷ୍ପତ୍ତି ନଆସେ ସରକାରଙ୍କ ପକ୍ଷରୁ ତାହେଲେ ଆଗାମୀ ଦିନରେ ଅମଳ ହୋଇଥିବା ଧାନକୁ ରାଜ ରାସ୍ତାରେ ରଖିବା ସହ ପରିବାର ସମସ୍ତେ ଆନ୍ଦୋଳନକୁ ଓହ୍ଲାଇ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଜିର ବୈଠକରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସମେତ ଦିଗାମ୍ବର ଦୁରିଆ, ଦେବେନ୍ଦ୍ର ପଣ୍ଡା, ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ପଙ୍କଜମୁଖ ଚୌଧୁରୀ, ସଞ୍ଜୟ ସିଙ୍ଗଲ, ପ୍ରଶାନ୍ତ ତିୱାରୀ, ଐସର୍ଯ୍ୟ ଦାସ, ଧନସିଂ ଶବର, ଧନେଶ୍ୱର ପୁଞ୍ଜି, ଲୋକନାଥ ରାଉତ, ଧ୍ରୁବ ସାହୁ ସମେତ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *