ଝରିଗାଁ/କ୍ରନ୍ତିକ୍ଷେତ୍ର (ଭୋଦେବ ଗୌଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨୦ଜଣ ଚାଷୀଙ୍କୁ ଅଦା ବଣ୍ଟନ କରାଯାଇଛି। ଝରିଗାଁ ବ୍ଲକରେ ୫୬ ଜଣ ଚାଷୀ ପଞ୍ଜୀକୃତ କରିଥିବାବେଳେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟଠାରେ ପ୍ରଥମ ଦିନରେ ୨୦ଜଣ ଚାଷୀଙ୍କୁ ୮୦କେଜି ଲେଖାଏଁ ଅଦା ବଣ୍ଟନ କରାଯାଇଛି। ବଳକା ଚାଷୀଙ୍କୁ ଆଜି ପ୍ରଦାନ କରାଯିବ ନେଇ ଏଚଇଡବ୍ଲୁ ଜଗଦିଶ ପ୍ରସାଦ ତାରାସିଆ କହିଛନ୍ତି। ଅଦା ବଣ୍ଟନ ବେଳେ ଝରିଗାଁ ବିଧାୟକ ପ୍ରତିନିଧି ଗଣପତି ସାହୁ, ଉଦ୍ୟାନ କାର୍ଯ୍ୟାଳୟର ଏଚଓ ଦିବ୍ୟଜ୍ୟୋତି ସ୍ୱାଇଁ, ବରିଷ୍ଠ ବିଜେପି କର୍ମୀ ପ୍ରଫୁଲ୍ଲ ପ୍ରଧାନୀ, ଝରିଗାଁ ନିର୍ବାଚନ ମଣ୍ଡଳୀର ସାଂସଦ କୋଡ଼ିନେଟର ପୁରୁଷୋତ୍ତମ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

