ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ବିଜେପି କଳାହାଣ୍ଡି ଜିଲ୍ଲା ଏସ୍ସି ମୋର୍ଚ୍ଚା ଉପସଭାପତି ଭାବେ ନିରଞ୍ଜନ ଛତ୍ରିଆଙ୍କୁ ନିଯୁକ୍ତି ମିଳିଛି। ସେ ଦୀର୍ଘଦିନ ଧରି ପାର୍ଟିର ଜଣେ ନିଷ୍ଠାବାନ କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ଜୟପାଟଣା ବ୍ଲକ୍ ବିଜେପି ବାନେର ମଣ୍ଡଳର ସଭାପତି, ମଣ୍ଡଳ ପ୍ରତିନିଧି, ଜିଲ୍ଲା କୃଷକ ମୋର୍ଚ୍ଚାର ସମ୍ପାଦକ ଓ ଉପସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦଳୀୟ ସଂଗଠନକୁ ସୁଦୃଢ କରିବାରେ ଭୂମିକା ନେଇଥିଲେ। ଏହି ନୂତନ ଦାୟିତ୍ୱ ପାଇବା ପରେ ନିରଞ୍ଜନ ଛତ୍ରିଆ ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼,ଜିଲ୍ଲା ଏସ୍ସି ମୋର୍ଚ୍ଚା ସଭାପତି ବିଷ୍ଣୁ ନାୟକ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ନାୟକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର ପଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ବିଜୟ କୁମାର ଦିଶାରି,ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀ ଓ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ସହ ସମସ୍ତ ବରିଷ୍ଠ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।ଆଗାମୀ ଦିନରେ ଏସ୍ସି ମୋର୍ଚ୍ଚାକୁ ଆହୁରି ସଂଗଠିତ କରି ଜନସେବା ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।


