କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ଖେଳ ପଡ଼ିଆଥାରେ ମା’ ଠାକୁରାଣୀ କ୍ରିକେଟ କ୍ଲବ ପକ୍ଷରୁ ୧୯ ବର୍ଷରୁ କମ୍ କ୍ରିକେଟର ଫାଇନାଲ ପ୍ରତିଯୋଗିତା ହୋଇଛି। ଉଦଯାପନି ଖେଳ ମାଝୀଗୁଡା ବନାମ କୋକସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମାଝୀଗୁଡା ୪୩ ରନ ସଂଗ୍ରହ କରିଥିଲା। ଜବାବରେ କୋକସରା ୩ ଓଭର ୨ ବଳ ମଧ୍ୟରେ ୪୪ ରନ କରି ବିଜୟୀ ହୋଇଥିଲା। ଖେଳେକୁ ଅମ୍ପାୟାର ଭାବେ ମୋହନ ବାଗ ଓ ଧିରଜ ନାଏକ ପରିଚାଳନା କରିଥିଲେ। ଖେଳର ଧାରାବିବରଣି ଚିତ୍ତରଞ୍ଜନ ଠାକୁର ଓ ପପୁ ଦଣ୍ଡସେନା କରିଥିବାବେଳେ ସ୍କୋରବୋର୍ଡରେ କିଶନ ନାଏକ ସହଯୋଗ କରିଥିଲେ। ଅତିଥି ଭାବେ ପୁରାତନ କ୍ରିକେଟ ଖେଳାଳି ମହେଶ ଗୁପ୍ତା, କାମାକ୍ଷ ନାଏକ, କ୍ଷୀରସିନ୍ଧୁ ନେଗୀ, ତରଙ୍ଗ ପଟ୍ଟନାୟକ, ଉପସ୍ଥିତ ରହି ଟ୍ରଫି ସହିତ ପୁରସ୍କାର ବିଜେତା ଦଳକୁ ପ୍ରଦାନ କରିଥିଲେ। ମା’ ଠାକୁରାଣୀ କ୍ରିକେଟ କ୍ଲବର ସୁରଜ, ଅଂଶୁ, ନବୀନ, ପିଙ୍କୁ, ନିପେଶ, ଅବିନାଶ, ସୋହନ, ଚିକୁ, ପପୁ, ଆହ୍ବାନ, ଜୟ, ଅଙ୍କିତ, ଦେବାଶିଷ ପ୍ରମୁଖ ସହଯୋଗ କରିଥିଲେ।

