ଦାବରୀ ପ୍ରିମିୟର ଲିଗ ଉଦଯାପିତ ; ଭୈରାଜପୁର ଚମ୍ପିୟାନ

ଖଡ଼ିଆଳ/କ୍ରାନ୍ତିକ୍ଷେତ୍ର : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଦାବରୀ ଗ୍ରାମ ପଞ୍ଚାୟତ ସ୍ଥିତ ଦାବରୀ ଗ୍ରାମ ବାବା ମଠ ସ୍ଥିତ ଖେଳ ପଡିଆଠାରେ ଚାଲିଥିବା ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୬ଗୋଟି ଦଳ କୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ ହୋଇଥିଲା।  ଏଥିରେ ଦାବରୀ ଉପରପଡା କ୍ରିକେଟ କ୍ଳବ ଓ ଭଇରାଜପୁର କ୍ରିକେଟ କ୍ଲବ ମଧ୍ୟ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଦାବରୀ ଉପରପଡା କ୍ରିକେଟ କ୍ଳବ କୁ ଭଇରାଜପୁର କ୍ରିକେଟ କ୍ଲବ ହରାଇ ଚମ୍ପିୟାନ ହୋଇଯାଇଛି। ପୁରସ୍କାର ସ୍ୱରୂପ ଏହି ଚମ୍ପିୟାନ ଦଳକୁ ୮ ହଜାର ଓ ଟ୍ରଫି ଏବଂ ରନର୍ସ ଦଳକୁ ୬ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଟୁର୍ନାମେଣ୍ଟରେ ସୁକେଶ କୁମାର ଜଗତ ଓ ଜିତୁ ଜୁଏଡ଼ ଆମ୍ପିୟାର ଦାୟିତ୍ୱ ତୁଲାଇ ଥିବାବେଳେ ସ୍କୋରର ଦାୟିତ୍ୱ ଦିନେଶ ତାଣ୍ଡି ତୁଲାଇ ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଦାବରୀ ସରପଞ୍ଚ ଅମ୍ବିକା ମାଝୀ ଓ ପୂର୍ବତନ ସରପଞ୍ଚ ତେଜପାଳ ହେର୍ଣ୍ଣା, ନାୟବ ସରପଞ୍ଚ ଦେବସିଂ ହଂସ ଓ ୱାର୍ଡ ସଭ୍ୟ ତୁଳସୀ ରାମ ଜଗତ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଧବଳେଶ୍ୱର ବାଗ, ବିସିକେଶନ ଜଗତ, ଡଗ୍ରେଶ୍ୱର ହଂସ, ଗଣପତି ଜଗତ, ଗଗନେ ଜଗତ,ଅମିତ ତାଣ୍ଡି, ମୁକେଶ ତାଣ୍ଡି, ଜଗୁରାମ ମାଝୀ,ଦେବରାଜ ହଂସ, ଧନେଶ୍ୱର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ ଓ , ଡମ୍ବରୁ ମାଝୀ, ଲିଙ୍ଗରାଜ ମାଝୀ, ଶୁଭ୍ରାଂଶୁ ଜଗତ, ଦୈତାରୀ ଜଗତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *