ଘରତିଆରି କରୁଥିବା ବେଳେ ସିଡି ପଡି ଶ୍ରମିକ ମୃତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) :  କେସିଙ୍ଗା ବ୍ଲକ କଶ୍ରୁପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା, ଘରକାମ ଚାଲିଥିବା ବେଳେ ସିଡି ଭୁଶୁଡ଼ି ଜଣେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କଶ୍ରୁପଡ଼ା ଗ୍ରାମର ଜଣେ ଜୈନିକ ବ୍ୟକ୍ତିଙ୍କ ଘର କାମ କରୁଥିବାବେଳେ ନୂତନ ଘରେ ତିଆରି ହୋଇଥିବା ସିଡି ଅଚାନକ ଭୁଶୁଡ଼ି ପଡ଼ି ସିଡି ତଳେ ଥିବା କଶ୍ରୁପଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିଂଝରଣ ଗ୍ରାମ ରଣାପଡ଼ାର ସୁଶାନ୍ତ ରଣା (୧୯) ଙ୍କ ଉପରେ ସିଡି ପଡ଼ି ସିମେଣ୍ଟ, ଛଡ଼, ଇଟା ଭିତରେ ପୋତି ହୋଇ ଯାଇଥିଲେ। ପରେ ସଙ୍ଗେ ସଙ୍ଗେ କେସିଙ୍ଗା ଦମକଳ କେନ୍ଦ୍ର କୁ ଫୋନ୍ କରିବା ପରେ ପୋଲିସ ର ଉପସ୍ଥିତିରେ ମାଇଲା ସଫା କରି ସୁଶାନ୍ତ ରଣା କୁ ବାହାର କରିଥିଲେ। ହେଲେ ଘଟଣା ସ୍ଥଳରେ ହିଁ ସୁଶାନ୍ତ ଙ୍କ ଜୀବନ ଚାଲି ଯାଇଥିଲା। ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିବା ଦେଖାଯାଇଥିଲା। ପରେ ସନ୍ଧ୍ୟା ସମୟରେ ପୋଲିସ ମୃତ ଦେହକୁ କେସିଙ୍ଗା ମେଡିକାଲ କୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲା।

Leave a Reply

Your email address will not be published. Required fields are marked *