କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ ; ଯଥେଷ୍ଟ ତୈଳ ମହଜୁଦ ଥିବାରୁ ଆତଙ୍କିତ ନ ହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ଓ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମିଳିତ ଦଳ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ଅଚାନକ ଚଢଉ କରିଥିଲେ। ଜିଲ୍ଲାପାଳ ପାୱାର୍ ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବେ ଏହି ଚଢ଼ଉରେ ସମ୍ମିଳିତ ହୋଇଥିଲେ। ଚଢ଼ଉ ସମୟରେ ପଣ୍ଡା ଫୁଏଲସ ଠାରେ ୧୨,୮୯୧ ଲିଟର ଡିଜେଲ୍ ଓ ୧୩,୨୪୫ ଲିଟର ପେଟ୍ରୋଲ ମହଜୁଦ ଥିବା ଜଣାପଡ଼ିଥିଲା। ସେହିପରି ପ୍ରଧାନ ଫୁଏଲସ ଠାରେ ୫,୦୩୮ ଲିଟର ଡିଜେଲ୍ ଓ ୬,୮୮୦ ଲିଟର ପେଟ୍ରୋଲ ମହଜୁଦ ଥିବା ଜଣାପଡ଼ିଥିଲା। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪,୫୦,୮୨୫ ଲିଟର ଡିଜେଲ୍ ଓ ୬,୧୩,୯୭୮ ଲିଟର ପେଟ୍ରୋଲ ମହଜୁଦ ରହିଥିବା ସୂଚନା ମିଳିଛି। ଯଥେଷ୍ଟ ପରିମାଣରେ ତୈଳ ଉପଲବ୍ଧ ଥିବା ସହ ନିୟମିତ ଯୋଗାଣ ଜାରି ରହିଥିବାରୁ ଜିଲ୍ଲାପାଳ ସାଧାରଣ ଲୋକଙ୍କୁ ଆତଙ୍କିତ ନ ହେବାକୁ ଓ ପେଟ୍ରୋଲ ପମ୍ପଗୁଡ଼ିକରେ ଅନାବଶ୍ୟକ ଭିଡ଼ ନ କରିବାକୁ ଅନୁରୋଧ କରିଥିଲେ। ସେହିପରି ତୈଳ ମହଜୁଦକାରୀ ଓ କଳାବଜାରୀରେ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଦ୍ରବ୍ୟ ଆଇନ -୧୯୫୫ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *