ସତ୍ୟରସ୍ୱର ପକ୍ଷରୁ କେସିଙ୍ଗା ର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ସହ ନୂତନ ସଦସ୍ୟତା ଗ୍ରହଣ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଆସନ୍ତା ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳିତ ହେବାକୁ ଥିବା ବେଳେ ଏହାକୁ ନେଇ ଟିମ୍ ସତ୍ୟର ସ୍ୱର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଟିମ୍ ର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଙ୍କ ସଭାପତିତ୍ବରେ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ତହଁଶିର ଯୋଜନା ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିମ୍ ର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ମାନେ ଯୋଗ ଦେଇଥିବାବେଳେ କେସିଙ୍ଗା ୱାର୍ଡ ନମ୍ବର ୪ ର କାଉନସିଲର ଧରଣୀ ନାଏକ ନୂତନ ସଦସ୍ୟ ଭାବେ ଯୋଗ ଦେଇଥିଲେ। ଆୟୋଜିତ ଏହି ସଭାରେ କେସିଙ୍ଗା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଆସନ୍ତା ୫ ତାରିଖ ରେ ପାଳିତ ହେବାକୁ ଥିବା ବିଶ୍ୱ ପରିବେଶ ଦିବସରେ ସତ୍ୟରସ୍ଵର ପରିବାର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କେସିଙ୍ଗା ସହର ଦେଇ ରାଜଧାନୀ ଭୁବନେଶ୍ୱର କୁ ସିଧାସଳଖ ଟ୍ରେନ୍ ଚାଳଚଳ ଘୋଷଣା କୁ ନେଇ ଟିମ୍ ମୁଖ୍ୟ ସଂଗ୍ରାମ କେଶରୀ ଦେଓ ସହର ର ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ସଦର ବିଧାୟକ ସାଗର ଚରଣ ଦାସ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ ସେଠ୍ କୁ ଧନ୍ୟବାଦ୍ ଦେବା ସହ ଆଗକୁ ମଧ୍ୟ କେସିଙ୍ଗା ର ବିଭିନ୍ନ ସମସ୍ୟା କୁ ନେଇ ସମସ୍ତେ ଏକତା ଦେଖାଇ ସରକାର ଙ୍କୁ ଦାବୀ ଜଣାଇବା ପାଇଁ ଅନୁରୋଧ କରିଥିଲେ । ପରେ ଆସନ୍ତା ମାସ ୨୬ ତାରିଖରେ “ସତ୍ୟରସ୍ୱର” ର ଦ୍ୱିତୀୟ ପ୍ରତିଷ୍ଠା ଦିବସ କୁ କିଭଳି ପାଳନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏହା ସହ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ଓ କୋଣାର୍କ ସୂତାକଳ ର ପୁନରୁଦ୍ଧାର ପାଇଁ ଏକ ଜନ ଆନ୍ଦୋଳନ ର ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା। ଶେଷରେ ଟିମ୍ ର ଅନ୍ୟତମ ସଦସ୍ୟ ଅନିଲ କୁମାର ନାଗ ନୂତନ ସଦସ୍ୟ ଧରଣୀ ନାଏକ ଙ୍କୁ ସ୍ୱାଗତ କରିଥିବା ବେଳେ ଟିମ୍ ର ସମସ୍ତ ସଦସ୍ୟ ପ୍ରବଳ ଖରା ସତ୍ତ୍ୱେ ସଭା ରେ ଯୋଗ ଦେଇଥିବାରୁ ପ୍ରିତେଶ ପଟେଲ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *