ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଏବଂ ଓଷ୍ଟା ପରିବାର ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଏକବିଂଶ ଶତାବ୍ଦୀର ଜୀବନ କୌଶଳରେ ପାରଙ୍ଗମତା ସହ ଧାରଣୀୟ ବିକାଶକୁ ପ୍ରାଧାନ୍ୟତା ଭିତ୍ତିରେ ହାସଲ କରିବା ଛାତ୍ରଛାତ୍ରୀ ମାନଙ୍କ ମୂଳଧ୍ୟେୟ ହେବା ଆବଶ୍ୟକ ବୋଲି ଅର୍ଥନୀତି ବିଭାଗ ପ୍ରାଧ୍ୟାପକ, କେସିଙ୍ଗା ମହାବିଦ୍ୟାଳୟ ରାଜେଶ୍ କୁମାର ଅଗ୍ରୱାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏବଂ ଓଷ୍ଟା ପରିବାର, କେସିଙ୍ଗା ବ୍ଲକ ତରଫରୁ ମିଳିତ ଭାବେ ଆୟୋଜିତ ବ୍ଲକସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ମତବ୍ୟକ୍ତ କରିଛନ୍ତି। କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ପି. ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ,କେସିଙ୍ଗା ପରିସରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା:-୨୦୨୬ ରେ ଏ – ୱାନ ସ୍ତର ହାସଲକାରୀ ତଥା ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲକାରୀ ମେଧାବୀ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ଅନୁଷ୍ଠିତ ଉକ୍ତ ସମାବେଶରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି. କେସିଙ୍ଗା ସମ୍ପତି ଛୁରା, କଳାହାଣ୍ଡି ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରଭାତ କୁମାର ରଥ, ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଉପଦେଷ୍ଟା ଓଷ୍ଟା, କଳାହାଣ୍ଡି, ସନ୍ତୋଷ କୁମାର ରଥ, ଜିଲ୍ଲା ସଭାପତି, ଓଷ୍ଟା, କଳାହାଣ୍ଡି ଅଭୟ କୁମାର ଦେବତା, ବ୍ଲକ ସଭାପତି ଓଷ୍ଟା,କେସିଙ୍ଗା ଯୋଗ ଦେଇଥିଲେ। ପି.ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଣ୍ଡଳାର ଛାତ୍ର ସମ୍ରାଟ ପଧାନ କେସିଙ୍ଗା ବ୍ଲକର ଶ୍ରେଷ୍ଠ ମେଧାବୀ ଛାତ୍ର ରୂପେ ସମ୍ବର୍ଦ୍ଧିତ ହେବା ସହ ୯ ଜଣ ଏ-୧,୧୪ ଜଣ ଏ-୨, ଓ ୧୧ଜଣ ବି-୨ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ପିତାମାତା, ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକଗଣ, ଗଣମାଧ୍ୟମର ପ୍ରତିନିଧି, କେସିଙ୍ଗା ବ୍ଲକର ଆଞ୍ଚଳିକ ସାଧନ କର୍ମୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀ ଓ ସ୍ଵପ୍ନା ଟକରିଆ ସଂଯୋଜନା କରିଥିଲେ। ସମୀର କୁମାର ବେହେରା, ବ୍ଲକ ସମ୍ପାଦକ, ଓଷ୍ଟା, କେସିଙ୍ଗା ପରିଚୟ ପ୍ରଦାନ ଓ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଓ ହେମନ୍ତ କୁମାର ବାଗ, ବ୍ଲକ ଯୁଗ୍ମ ସମ୍ପାଦକ, ଓଷ୍ଟା, କେସିଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *