ସରକାରଙ୍କ ଦୃଷ୍ଟି ପଡ଼ିବ କେବେ, ମୈଦଲପୁରରୁ ଝରିଗାଁ ସରକାରୀ ବସ ଚଳାଚଳ ଲାଗି ଦାବି

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଞ୍ଚଳ ହେଉଛି ଭୌଗୋଳିକ ଦୃଷ୍ଟିକୋଣରୁ ଏହା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁ ସୀମାକୁ ଲାଗି ରହିଛି। ମୈଦଲପୁର ଉପରେ ସର୍ବାଧିକ ୯ଟି ପଞ୍ଚାୟତ ନିର୍ଭର କରିବା ସହ ଝରିଗାଁ ବ୍ଲକର ଅଧିକାଂଶ ପଂଚାୟତ ଲୋକେ ନିର୍ଭର କରିଥାନ୍ତି। ସେହି ପରି କଳାହାଣ୍ଡି ଜିଲ୍ଲାର ଲୋକେ ମଧ୍ୟ ଝରିଗାଁ ଉପରେ ପ୍ରାୟ ସମୟ ରେ ଯିବା ଆସିବା ପରିଲକ୍ଷିତ ହେଉଛି। କହାହାଣ୍ଡି ଲୋକେ ଅଧିକାଂଶ ସମୟରେ ଝରିଗାଁ ଯିବା ପାଇଁ ମୈଦଲପୁର ବସ ଷ୍ଟାଣ୍ଡ ଓ ମାଝୀଗୁଡା ଛକ ମଧ୍ୟରେ ଅପେକ୍ଷା କରିରୁହନ୍ତି କିନ୍ତୁ ମୈଦଲପୁରରୁ ଝରିଗାଁ ପାଇଁ କୌଣସି ସରକାରୀ ବସ ଚଳାଚଳ ସୁବିଧା ନାହି। ଦୀର୍ଘ ୪୫କିମି ରାସ୍ତା ପାଇ କୌଣସି ସରକାରୀ ବସ ସୁବିଧା ନଥିବା ରୁ ସାଧାରଣରେ ଅସନ୍ତୋଷ ଦେଖା ଦେବା ସହ ଦୀର୍ଘ ଦିନ ହେଲା ସରକାରୀ ବସ ଚଳାଚଳ ଲାଗି ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାର ଙ୍କ ଦୃଷ୍ଟି ପଡୁନାହିଁ। ପ୍ରକାଶ ଥାଉ ଯେ, ମୈଦଲପୁରରୁ ଝରିଗାଁ ଦେଇ ସାଧାରଣ ଯାତ୍ରାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀ ଓ ରୋଗୀ ସମସ୍ତେ ଲୋକେ ଯାତାୟାତ କରୁଛନ୍ତି। ଯାତ୍ରୀ ମାନଙ୍କ ପାଇଁ ଏକ ବେସରକାରୀ ଭାବେ ଏକ ବ୍ୟକ୍ତିଗତ ବସ ଚଳାଚଳ କରୁଛି। ସେହି ବସ ମଧ୍ୟରେ ସବୁବେଳେ ଅସମ୍ଭାଳ ଭିଡ଼ ରହିବା ସହ ନିତିଦିନ ଯିବା ଆସିବା କରୁନାହିଁ। ବେସରକାରୀ ବସ ହୋଇଥିବାରୁ ଯାତ୍ରୀ ମାନଙ୍କ ଖର୍ଚ୍ଚ ମଧ୍ୟ ବଢୁଛି। ମୈଦଲପୁରରୁ ଝରିଗାଁ ଦୀର୍ଘ ୪୫ କିମି ହେବା ସହ ଏଠାରେ ଯାହାଯାତ ସୁବିଧା ସବୁବେଳେ ବଡ଼ ସମସ୍ୟା ରୂପେ ରହିଆସିଛି। ସରକାର ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ରେ ଯାତାୟାତ ପାଇଁ ଅନେକ ସରକାରୀ ବସ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ ତୁଳନା କଲେ ଏଠାରେ ସରକାରୀ ପରିବହନ ବ୍ୟବସ୍ଥା ନାହିଁ ଫଳରେ ମୈଦଲପୁରରୁ ଝରିଗାଁ ଭଳି ମୁଖ୍ୟ ସ୍ଥାନରେ ଯାତାୟାତ  କରିବା ସମୟରେ ଲୋକମାନେ ବିଭିନ୍ନ ଅସୁବିଧାଜନିତ ପରିସ୍ଥିତି ସମ୍ମୁଖୀନ ହେଉଛନ୍ତି। ଏଣୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି ଯେ ସରକାରୀ ବସ୍‌ସେବା ଆରମ୍ଭ ହେଲେ ଅଞ୍ଚଳର ସାମାଜିକ ଓ ଆର୍ଥିକ ଚିତ୍ର ପରିଚର୍ଶିତ ହେବା ସହ କୃଷିପଣ୍ୟ ବିଶେଷକରି ସ୍ଥାନୀୟ ଓ କଳାହାଣ୍ଡି ର ଯାତ୍ରୀ ମାନେ ସହଜ ରେ ଯାତାୟାତ ରସୁଯୋଗ ପାଇପାରିବେ। ଏଣୁ ରାଜ୍ୟ ସରକାର ଯାତ୍ରୀ ମାନଙ୍କ ସୁବିଧା ସୁଯୋଗ ପାଇ ଶୀଘ୍ର ସରକାରୀ ବସ ସେବା ଲାଗି ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *